ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ଯୁବକଙ୍କୁ ରଚନାତ୍ମକ ଓ ଐତିହ୍ୟକୁ ବୈଶ୍ୱିକ ପରିଚୟ ଦେବାକୁ ଅପିଲ କଲେ ପିଏମ ମୋଦି
ନୂଆଦିଲ୍ଲୀ, 13 ଜାନୁଆରି (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦରେ ଯୁବମାନଙ୍କୁ ଦେଶର ସୃଜନାତ୍ମକ ଶକ୍ତିର କେନ୍ଦ୍ର ବୋଲି ଉଲ୍ଲେଖ କରି, କଣ୍ଟେଣ୍ଟ, କ୍ରିଏଟିଭିଟି, ନେକ୍ଷ୍ଟ ଜେନେରେସନ୍ ରିଫର୍ମ୍ସ ଏବଂ ଭାରତୀୟ ସାଂସ୍କୃତିକ ଐତିହ୍ୟ
ପିଏମ


ନୂଆଦିଲ୍ଲୀ, 13 ଜାନୁଆରି (ହି.ସ.)

- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ବାଦରେ ଯୁବମାନଙ୍କୁ ଦେଶର ସୃଜନାତ୍ମକ ଶକ୍ତିର

କେନ୍ଦ୍ର ବୋଲି ଉଲ୍ଲେଖ କରି, କଣ୍ଟେଣ୍ଟ, କ୍ରିଏଟିଭିଟି, ନେକ୍ଷ୍ଟ ଜେନେରେସନ୍ ରିଫର୍ମ୍ସ ଏବଂ ଭାରତୀୟ ସାଂସ୍କୃତିକ ଐତିହ୍ୟକୁ

ବିଶ୍ୱମଞ୍ଚରେ ଆଗକୁ ବଢ଼ାଇବା ପାଇଁ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ

କରାଯାଇଥିବା ଭିନ୍ନଭିନ୍ନ ପୋଷ୍ଟରେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ

କ୍ଷେତ୍ରରେ ସମ୍ଭାବନାର ଅସୀମ ଦ୍ୱାର ଖୋଲିଛି। କଣ୍ଟେଣ୍ଟ ଓ କ୍ରିଏଟିଭିଟି କ୍ଷେତ୍ରକୁ ଉଲ୍ଲେଖ

କରି ସେ କହିଛନ୍ତି ଯେ ଯୁବମାନେ ରାମାୟଣ ଓ ମହାଭାରତର ପ୍ରେରଣାଦାୟକ କଥାଗୁଡ଼ିକୁ ମଧ୍ୟ ଗେମିଂ

ୱାର୍ଲ୍ଡର ଅଂଶ କରିପାରିବେ। ହନୁମାନଙ୍କ ପରି ପାତ୍ର ସମଗ୍ର ବିଶ୍ୱର ଗେମିଂ ଶିଳ୍ପକୁ ନୂତନ ଦିଗ

ଦେଇପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି

ଯେ ନେକସ୍ଟ ଜେନେରେସନ୍ ରିଫର୍ମସର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେହି ପ୍ରକ୍ରିୟା ଏବେ “ରିଫର୍ମ ଏକ୍ସପ୍ରେସ”ର ରୂପ ନେଇଛି ଏବଂ ଏହାର କେନ୍ଦ୍ରବିନ୍ଦୁରେ ଦେଶର ଯୁବ ଶକ୍ତି ଅଛି।

ଅନ୍ୟ ଏକ ପୋଷ୍ଟରେ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାସତ୍ୱର ମାନସିକତାରୁ ବାହାରି ଦେଶକୁ ନିଜ ଐତିହ୍ୟ ଓ ନିଜ

ଚିନ୍ତାଧାରାକୁ ଆଗକୁ ବଢ଼ାଇବାକୁ ହେବ। ସେ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ମଧ୍ୟ

ଯୁବମାନଙ୍କୁ ଏହି ଶିକ୍ଷା ଦେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande