ବିଶିଷ୍ଟ ଗାୟକ ସମର ହଜାରିକାଙ୍କ ବିୟୋଗ
ଗ୍ୱୌହାଟୀ, 13 ଜାନୁଆରି (ହି.ସ.)- ଆସାମର ବିଶିଷ୍ଟ ଗାୟକ ଭୂପେନ ହଜାରିକାଙ୍କ ଛୋଟ ଭାଇ ଏବଂ ପ୍ରସିଦ୍ଧ ଗାୟକ–ସଙ୍ଗୀତକାର ସମର ହଜାରିକାଙ୍କ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପରିବାର ପକ୍ଷରୁ ତାଙ୍କର ବିୟୋଗ ସୂଚନା ଦିଆଯାଇଛି। ସମ୍ପ୍ରତି ହସ୍ପିଟାଲରୁ
ସମର ହଜାରିକା


ଗ୍ୱୌହାଟୀ, 13 ଜାନୁଆରି (ହି.ସ.)- ଆସାମର ବିଶିଷ୍ଟ

ଗାୟକ ଭୂପେନ ହଜାରିକାଙ୍କ ଛୋଟ ଭାଇ ଏବଂ ପ୍ରସିଦ୍ଧ ଗାୟକ–ସଙ୍ଗୀତକାର ସମର ହଜାରିକାଙ୍କ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି

ଅସୁସ୍ଥ ଥିଲେ। ପରିବାର ପକ୍ଷରୁ ତାଙ୍କର ବିୟୋଗ ସୂଚନା ଦିଆଯାଇଛି।

ସମ୍ପ୍ରତି ହସ୍ପିଟାଲରୁ

ଡିସଚାର୍ଜ ହେବା ପରେ, ମଙ୍ଗଳବାର ୧୩ ଜାନୁଆରୀରେ ଗ୍ୱୌହାଟିର ନିଜାରାପାର ଅଞ୍ଚଳରେ ସ୍ଥିତ ନିଜ ବାସଭବନରେ ସେ ଶେଷ

ନିଶ୍ୱାସ ତ୍ୟାଗ କରିଛନ୍ତି। ୭୫ ବର୍ଷ ବୟସର ସମର ହଜାରିକା ସ୍ତ୍ରୀ,

ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଛାଡ଼ି ଯାଇଛନ୍ତି। ତାଙ୍କର ପରଲୋକରେ ଆସାମର

ସାଂସ୍କୃତିକ ଜଗତରେ ଶୋକର ଲହରୀ ଖେଳିଯାଇଛି।

ମୁଖ୍ୟମନ୍ତ୍ରୀ ହିମନ୍ତ

ବିଶ୍ୱ ଶର୍ମାଙ୍କ ଶୋକ ପ୍ରକାଶ

ଆସାମର ମୁଖ୍ୟମନ୍ତ୍ରୀ

ହିମନ୍ତ ବିଶ୍ୱ ଶର୍ମା ସମର ହଜାରିକାଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ୍

ମିଡିଆରେ ଲେଖିଛନ୍ତି ଯେ ସମରଙ୍କ ଭାବପୂର୍ଣ୍ଣ ସ୍ୱର ପ୍ରତ୍ୟେକ ମଞ୍ଚ ଓ ଅବସରକୁ ଆଲୋକିତ କରୁଥିଲା।

ସେ ଆସାମର ସାଂସ୍କୃତିକ ପରିଦୃଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ଏବଂ ଡ. ଭୂପେନ

ହଜାରିକାଙ୍କ ଐତିହ୍ୟକୁ ଆଗକୁ ବଢ଼ାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମର ହଜାରିକାଙ୍କ ଦେହାବସାନ ସହିତ ଆସାମ ଆଉ ଗୋଟିଏ ଅମୂଲ୍ୟ ଏବଂ

ସୁବର୍ଣ୍ଣ ସ୍ୱର ହରାଇଛି। ସେ ଦିବଙ୍ଗତ କଳାକାରଙ୍କ ପରିବାର ଓ ପ୍ରଶଂସକମାନଙ୍କ ପ୍ରତି ସମବେଦନା

ପ୍ରକାଶ କରି ‘ଓମ୍

ଶାନ୍ତି’

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande