ଉତ୍ତରାଖଣ୍ଡର ବାଗେଶ୍ୱରରେ ଭୁକମ୍ପର ଝଟକା ଘରୁ ବାହାରକୁ ବାହାରି ଆସିଲେ ଲୋକେ ,ପ୍ରଶାସନ ସତର୍କ
ଡେରାଡୁନ 13 ଜାନୁଆରୀ (ହି.ସ)-ଉତ୍ତରାଖଣ୍ଡର କୁମାଉ ମଣ୍ଡଳ ର ବାଗେଶ୍ୱରରେ ଆଜି ସକାଳ 7.25 ସମୟରେ ଭୁକମ୍ପର ଝଟକା ଅନୁଭୁତ ହୋଇଛି।ରିକ୍ଟର ସ୍କେଲରେ ଭୁକମ୍ପର ତୀବ୍ରତା 3.5ମାପ କରାଯାଇଛି।ସକାଳୁ ସକାଳୁ ଭୂମିକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।ଜା
ଉତ୍ତରାଖଣ୍ଡର ବାଗେଶ୍ୱରରେ ଭୁକମ୍ପର ଝଟକା ଘରୁ ବାହାରକୁ ବାହାରି ଆସିଲେ ଲୋକେ ,ପ୍ରଶାସନ ସତର୍କ


ଡେରାଡୁନ 13 ଜାନୁଆରୀ (ହି.ସ)-ଉତ୍ତରାଖଣ୍ଡର

କୁମାଉ ମଣ୍ଡଳ ର ବାଗେଶ୍ୱରରେ ଆଜି ସକାଳ 7.25 ସମୟରେ ଭୁକମ୍ପର ଝଟକା ଅନୁଭୁତ ହୋଇଛି।ରିକ୍ଟର

ସ୍କେଲରେ ଭୁକମ୍ପର ତୀବ୍ରତା 3.5ମାପ କରାଯାଇଛି।ସକାଳୁ ସକାଳୁ ଭୂମିକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।ଜାତୀୟ

ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ବାଗେଶ୍ୱରରେ ଥିଲା। ଭୂମିଠାରୁ ୧୦ କିଲୋମିଟର ତଳେ ଅବସ୍ଥିତ

ହୋଇଥିବାରୁ ଲୋକମାନେ ଭୂମିକମ୍ପ ଅନୁଭବ କରିଥିଲେ। ଭୂମିକମ୍ପର ପ୍ରଭାବ ୧୭୪ କିଲୋମିଟର ଦୂର

ଋଷିକେଶ ଏବଂ ୧୮୩ କିଲୋମିଟର ଦୂର ହରିଦ୍ୱାର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରାଜ୍ୟ ବିପର୍ଯ୍ୟୟ

ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପ ପରେ ସ୍ଥାନୀୟ ପ୍ରଶାସନକୁ ସତର୍କ କରାଯାଇଛି। କୌଣସି ମୃତାହତ କିମ୍ବା ସମ୍ପତ୍ତି

କ୍ଷତିର ରିପୋର୍ଟ ମିଳିନାହିଁ। କିଛି ଲୋକ ଭୂମିକମ୍ପ ସହିତ ବଜ୍ରପାତ ଭଳି ଶବ୍ଦ ଶୁଣିବା ସୂଚନା

ଦେଇଛନ୍ତି, ଯାହା ଭୟକୁ ଆହୁରି

ବୃଦ୍ଧି କରିଛି। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ବିଶେଷଜ୍ଞଙ୍କ ଅନୁଯାୟୀ, କମ ତୀବ୍ରତାର ଭୂମିକମ୍ପ ସାଧାରଣତଃ କ୍ଷତିକାରକ ନୁହେଁ, କିନ୍ତୁ ପାହାଡିଆ ଅଞ୍ଚଳରେ ସତର୍କତା ଆବଶ୍ୟକ। ପ୍ରଶାସନ ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ

ଏବଂ କୌଣସି ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ନିବେଦନ

କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande