
ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧୦୮ ଆମ୍ବୁଲାନ୍ସ ଥାନା ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି।ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ।ଆମ୍ବୁଲାନ୍ସ ଥାନା ପରିସରରେ ରହିବ। ଆବଶ୍ୟକ ଅନୁସାରେ ଲୋକମାନଙ୍କ ସେବାରେ ଲାଗିବ ବୋଲି ଜଣାପଡିଛି। ଉଦଘାଟନ ବେଳେ ପାଇଲଟ ଅଶୋକ କୁମାର ବାରିକ,ଜାଭିର ଖାଁ ,ଫାର୍ମାସିଷ୍ଟ ବିକ୍ରମ କେଶରୀ ମହାରଣା,ବିକାଶ କୁମାର ମାହୁନ୍ତ,ସହକାରୀ ଅକ୍ଷୟ କୁମାର ବେହେରା,ଆଶିଷ କୁମାର ବେହେରା ଓ ଉଦ୍ଧବ ସେଠୀ ପ୍ରମୁଖ ଉପସ୍ଥିତଥିଲେ । ସି ଏଲ ବିଶ୍ୱେଶ୍ୱର ଦାସ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ରହିଥିବା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ