
ଖୋର୍ଦ୍ଧା, ୧୪ ଜାନୁଆରି (ହି.ସ.)- ଖୋର୍ଦ୍ଧା ଅବକାରୀ ବିଭାଗ ବ୍ରାଉନ ଶୁଗାର କାରବାର କରୁଥିବା ଅଭଯୋଗରେ ଅବକାରୀ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗି ଫେରାର ହୋଇଯାଇଛି। ଗିରଫ ବେପାରୀ ଜଣକ ହେଲା ଗୁରୁଜଙ୍ଗ ଭୋଇ ସାହିର ଉପେନ୍ଦ୍ର ଭୋଇ (୫୬)ତାଠାରୁ ଅବକାରୀ ପୋଲିସ ୧୧୫ଗ୍ରାମ ବ୍ରାଉନ ସୂଗର ଓ ଗୋଟିଏ ସ୍କୁଟି ଜବତ କରିଛି। ଅବକାରୀ ବିଭାଗ ସୁଚନା ମୁତାବକ ବୁଧବାର ସକାଳେ ଖୋର୍ଦ୍ଧା ଗୁରୁଜଙ୍ଗ ରାସ୍ତାର କାହୁଁ ସାଗର ପୋଖରି ହୁଡାରେ ଥିବା ନାଗମାତା ମନ୍ଦିର ପ୍ରାଙ୍ଗଣରେ ବ୍ରାଉନ ସୂଗର କାରବାର କରୁଥିବା ନେଇ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ମନ୍ଦିର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଉପେନ୍ଦ୍ର ଭୋଇକୁ ଗିରଫ କରିଥିବା ବେଳେ ସହଯୋଗୀ ତ୍ରିନାଥ ବେହେରା ଫେରାର ହୋଇଯାଇଛି।
------------
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ