
Odisha, 14 ଜାନୁଆରି (ହି.ସ.)ଖୋର୍ଦ୍ଧା,ଖୋର୍ଦ୍ଧା ଅବକାରୀ ବିଭାଗ ଗଞ୍ଜେଇ କାରବାର କରୁଥିବା ଅଭଯୋଗରେ ଅବକାରୀ ପୋଲିସ ଜଣକୁ ଗିରଫ କରିବା ସହିତ ଗୋଟିଏ କାର ଜବତ କରିଛି। ଗିରଫ ବେପାରୀ ଜଣକ ହେଲା ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ କାଚେରା ଗାଁ ର ସୁଶାନ୍ତ କୁମାର ସାହୁ(୩୯)ତାଠାରୁ ଅବକାରୀ ପୋଲିସ ୧୪୦କେଜି ଗଞ୍ଜେଇ ଓ ଗୋଟିଏ ମାରୁତି କାର ଜବତ କରିଛି। ଅବକାରୀ ବିଭାଗ ସୁଚନା ମୁତାବକ ବୁଧବାର ସୁଶାନ୍ତ ମାରୁତି କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୧୬ନମ୍ବର ଜାତୀୟ ରାଜପଥର ମଳିପଡା ଓଭରବ୍ରିଜ୍ ନିକଟରେ ଚଢ଼ାଉ କରି କାର ବୋଝେଇ ୧୪୦କେଜି ଗଞ୍ଜେଇକୁ ଜବତ କରି ସୁଶାନ୍ତକୁ ଗିରଫ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ