
ଖୋର୍ଦ୍ଧା, ୧୪ ଜାନୁଆରି (ହି.ସ.) - ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି। ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଫାଣ୍ଡି ନିକଟରେ ଚଢ଼ାଉ କରି ୫୨ ଗ୍ରାମ ବ୍ରାଉନ ସୁଗର, ୭ ଏମଏମ୍ ଦେଶୀ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ନଗଦ ୧୧ ହଜାର ଟଙ୍କା ଏବଂ ହୋଣ୍ଡା ବାଇକ ସହ ଏକ ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକପୁର ଗାଁର ବୋଲି ଜଣାପଡ଼ିଛି। ଏହି ଘଟଣାରେ ବୋଲଗଡ଼ ଥାନାରେ ଏନ୍ଡିପିଏସ୍ ଆକ୍ଟ ଓ ଆର୍ମସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଖୋର୍ଦ୍ଧା ଜିଲାରେ ନିଶା କାରବାର ଉପରେ ପୋଲିସର କଡ଼ା ନଜର ରଖିଛି। ଆଗାମୀ ଦିନରେ ଏଭଳି ଚଢ଼ାଉ ପୂର୍ବଭଳି ଜୋରଦାର ରହିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ