୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ
୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ
୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୪, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଜମନକିରା ବ୍ଲକ ପ୍ରତିନିଧି ରମେଶ ସାହୁ, ଜମନକିରା ଏବିଡ଼ିଓ ମହିମା ସାହୁ, ଜମନକିରା ଏ.ଇ.ଇ ସତ୍ୟଜିତ ସାହୁ, ଜମନକିରା ବ୍ଲକ ଏକାଉଂଟାଂଟ ରୁଷବ ମାଝୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଶିକ୍ଷକ ମାନଙ୍କ ସହିତ ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅଧିକାରୀ ମାନେ ଉପସ୍ଥିତ ଥିଲେ। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ କିଭଳି ଭାବରେ ଖୁବ ଧୁମ ଧାମରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯିବ ସେ ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇ ବିଭିନ୍ନ ଅଧିକାରୀଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଜମନକିରା ବ୍ଲକ ବି.ଏସ.ଏସ ଓ ରଞ୍ଜିତ ସାହୁ ସଭା ପରିଚାଳନା କରିଥିବା ବେଳେ ଅଜିତ ସାହୁ ପୂର୍ବ ବର୍ଷ ବିବରଣୀ ପାଠ ସହିତ ବିଭିନ୍ନ ପ୍ରସ୍ତାବ ଗୁଡିକ ପଠନ କରିଥିଲେ। ଶେଷରେ ବିଡ଼ିଓ ସେଠି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande