ପାଣିରେ ବୁଡି ହୋଇଛି ଜୁବିନ ଗର୍ଗଙ୍କ ମୃତ୍ୟୁ, ସିଙ୍ଗାପୁର କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା
ଗ୍ୱୌହାଟୀ, 14 ଜାନୁଆରି (ହି.ସ.) - ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ମୃତ୍ୟୁ ପାଣିରେ ବୁଡିଯିବାରୁ ହୋଇଥିଲା। ଏହି ସୂଚନା ସିଙ୍ଗାପୁରର ଏକ କୋର୍ଟରେ ଚାଲିଥିବା ଶୁଣାଣି ସମୟରେ ସାମ୍ନାକୁ ଆସିଛି, ଯେଉଁଠାରେ ଏହି ମାମଲା ସହ ସଂପୃକ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୁଲ
ଜୁବିନ ଗର୍ଗ


ଗ୍ୱୌହାଟୀ, 14 ଜାନୁଆରି (ହି.ସ.)

- ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କର ମୃତ୍ୟୁ ପାଣିରେ ବୁଡିଯିବାରୁ ହୋଇଥିଲା।

ଏହି ସୂଚନା ସିଙ୍ଗାପୁରର ଏକ କୋର୍ଟରେ ଚାଲିଥିବା ଶୁଣାଣି ସମୟରେ ସାମ୍ନାକୁ ଆସିଛି,

ଯେଉଁଠାରେ

ଏହି ମାମଲା ସହ ସଂପୃକ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୁଲାସା ହୋଇଛି।

ସିଙ୍ଗାପୁର ପୋଲିସର ତଦନ୍ତ ଦଳ କୋର୍ଟକୁ କହିଛି ଯେ ସମୁଦ୍ରକୁ ଯିବା ପୂର୍ବରୁ ଜୁବିନ୍

ଗର୍ଗ ଲାଇଫ୍ ଜାକେଟ୍ ପିନ୍ଧିନଥିଲେ। ସୁରକ୍ଷା ମାନଦଣ୍ଡକୁ ଅଣଦେଖା କରିବା ଏହି ଦୁର୍ଘଟଣାର ଏକ

ବଡ଼ କାରଣ ବୋଲି ଧରାଯାଉଛି। ଶୁଣାଣି ସମୟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସ୍ନାନ କରିବା

ପୂର୍ବରୁ ମଦ୍ୟପାନ ସହ ଏକ ପାର୍ଟି ହୋଇଥିଲା, ଯାହା ଦୁର୍ଘଟଣାର

ପରିସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।

ମାମଲାଟି ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି ଏବଂ ଆଗାମୀ ଶୁଣାଣିରେ ସାକ୍ଷ୍ୟ ଓ

ସାକ୍ଷୀମାନଙ୍କର ଯାଞ୍ଚ ଜାରି ରହିବ।

ଉଲ୍ଲେଖନୀୟ ଯେ ୧୯ ସେପ୍ଟେମ୍ବର ୨୦୨୫ ତାରିଖରେ ସିଙ୍ଗାପୁରରେ ସମୁଦ୍ର ସ୍ନାନ ସମୟରେ

ଜୁବିନ୍ ଗର୍ଗଙ୍କର ବୁଡି ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଆସାମ ପୋଲିସ ସାତ ଜଣଙ୍କୁ ଗିରଫ

କରିଥିବା ବେଳେ, ଆସାମ ପୋଲିସର ବିଶେଷ ତଦନ୍ତ ଦଳ (ଏସ୍‌ଆଇଟି) ଗ୍ୱୌହାଟି କୋର୍ଟରେ

୩୫୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande