ଆଜିଠୁ ମକର ମେଳା ଆରମ୍ଭ, ଦହଲ କୁଣ୍ଡରୁ ବନ୍ଧ୍ୟା ନାରୀ ଗୁଆ ଖୋଜି ଖାଇଲେ ସନ୍ତାନ ପ୍ରାପ୍ତି ହେବ ବୋଲି ବିଶ୍ୱାସ ରହିଛି
ଖୋର୍ଦ୍ଧା,୧୪ ଜାନୁଆରି (ହି.ସ.) - ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର?୍ୟ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ତେବେ ଖୋର୍ଦ୍ଧା ଜିଲା ଅ
ଆଜିଠୁ ମକର ମେଳା ଆରମ୍ଭ, ଦହଲ କୁଣ୍ଡରୁ ବନ୍ଧ୍ୟା ନାରୀ ଗୁଆ ଖୋଜି ଖାଇଲେ ସନ୍ତାନ ପ୍ରାପ୍ତି ହେବ ବୋଲି ବିଶ୍ୱାସ ରହିଛି


ଖୋର୍ଦ୍ଧା,୧୪ ଜାନୁଆରି (ହି.ସ.) - ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର?୍ୟ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ତେବେ ଖୋର୍ଦ୍ଧା ଜିଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହା ସ୍ୱତନ୍ତ୍ର ଆକର୍ଷଣ କରିଛି। ବିଶ୍ୱାସ, ପରମ୍ପରା ଆଗରେ ହାର ମାନିଛି ବିଜ୍ଞାନ। ତେବେ ନାରୀମାନେ ନିଜ କୋଳରେ ଛୁଆଟିଏ ପାଇଁ ଶ୍ରୀଶ୍ରୀ ଏକାଦଶ ରୁଦ୍ର ହଟକେଶ୍ୱରଙ୍କ ଅପାର ମହିମା ଓ ଆର୍ଶୀବାଦରୁ ସଂକଳ୍ପ ପୂର୍ବକ ଉଷ୍ମ ପ୍ରସବଣର ଦହଲ କୁଣ୍ଡରୁ ଗୁଆ ଖୋଜି ପାଇ ବକ୍ଷଣ କରିଲେ ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣ ପ୍ରସବଣରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ। ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି। ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ। ମକର ସଂକ୍ରାନ୍ତି ଦିନ ଅର୍ଦ୍ଧରାତ୍ରିରୁ ବନ୍ଧ୍ୟା ନାରୀମାନେ ମହାଦେବ ହଟକେଶ୍ୱରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବନ୍ଧ୍ୟାଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବ୍ରାହ୍ମଣମାନଙ୍କ ମନ୍ତ୍ରପାଠ ସହିତ ମାନସିକ ଧାରିଣୀ ମହିଳା ପ୍ରଚଣ୍ଡ ଶୀତରେ ‘କୁଆ କୁଣ୍ଡ’ ନାମରେ ନାମିତ ଏହି ମାନସିକ କୁଣ୍ଡର ପାଣି ଭିତରେ ପଶି ଗୁଆ ଖୋଜିଛନ୍ତି। ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର?୍ୟ୍ୟଟକ । ଏଥି ସହିତ ଆଜି ଠାରୁ ଆରମ୍ଭ ହୋଇଛି ଅଟ୍ରି ମକର ମେଳା। ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଧାଡି ବାନ୍ଧି ଅଟ୍ରି ଉଷ୍ମ ପ୍ରସବଣ ଓ ଶ୍ରୀ ହଟକେଶ୍ୱର ମନ୍ଦିରେ ଯାଇ ପୂଜାର୍ଚ୍ଚନା କରିଛନ୍ତି। ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜିଲା ପାଶସନ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande