
ନୂଆପଡା, ୧୪ ଜାନୁଆରୀ (ହି.ସ.)- ନୂଆପଡା ଗସ୍ତରେ ଆସିଥିବା ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସମିର ନନ୍ଦ ଆଜି ଶେଷ ଦିନରେ ଆକାଂକ୍ଷି ବ୍ଲକ୍ କୋମନା ପରିଦର୍ଶନ କରିଥଲେ ଓ ଶ୍ରୀନନ୍ଦ ପ୍ରଥମେ ଇଚ୍ଛାପୁର ସ୍ଥିତ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିଥଲେ ଓ ପରେ ଗେରୁଯୋର୍ ଅଙ୍ଗନୱାଡି, ଛତା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କୋମନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାରେ ଦିଆଯାଉଥିବା ବିଭିନ୍ନ ସୁବିଧା ପରଖିଥିଲେ ଏବଂ ନୀତି ଆୟୋଗ ଦ୍ୱାରା ଧାର୍ଯ୍ୟ ସୂଚକାଙ୍କର ଅନଲାଇନ୍ ଡାଟା ଏଂଟ୍ରି ଅବସ୍ଥା ଯାଂଚ କରିଥଲେ ଓ ପରେ କୋମନା ଉଚ୍ଚ ବାଳିକା ବିଦ୍ୟାଳୟ ଯାଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ଓ କୋମନା ଛତୁଆ କେନ୍ଦ୍ର, କାନ୍ଦେତରାରେ ଥିବା ଜୈବିକ ଖତ କେନ୍ଦ୍ର ଓ ଶୀତଳ ଭଣ୍ଡାର, ମେଣ୍ଢାଟାଲର ଋତୁକାଳୀନ ହଷ୍ଟେଲ ପରିଦର୍ଶନ କରିଥଲେ ଓ ସେ ସମସ୍ତ ଅଧିକାରୀଙ୍କ ସହଯୋଗ ଓ ସମନ୍ୱୟ କାମନା କରିଥିଲେ । ଜିଲ୍ଲା ଉନ୍ନତି ପାଇଁ ସକାରାତ୍ମକ ପ୍ରତିଯୋଗିତାର ମନୋଭାବ ନେଇ ଆକାଂକ୍ଷି ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ନିତି ଆୟୋଗ ଦ୍ୱାରା ଧାର୍ଯ୍ୟ ସୁଚକାଙ୍କ ଗୁଡିକର ଉନ୍ନତି କରି ନୂଆପଡାକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାପାଇଁ ଜିଲ୍ଲା ଏବଂ ବ୍ଲକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କ୍ଷମାନିଧି ଭୁଏ, ଏବିଏଫ୍ ରାକେଶ କୁମାର ଷଡଙ୍ଗୀ, ଅମିତ ଖମାରୀ, ଜିଲ୍ଲା ପରିଷଦ କର୍ମଚାରୀ ତେଜପାଲ ଡନସେନା ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ