ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗ , କାର୍ଯାନୁଷ୍ଠାନ ପାଇଁ ଏସ୍ ଡିପିଓଙ୍କୁ ଦାବିପତ୍ର
ଘଟଗାଁ,୧୪ ଜାନୁୟାରୀ (ହିଁ ସ)ଆନନ୍ଦପୁର ବିଜେପି ବିଧାୟକ ପାର୍ଥୀ ଆଲୋକ ସେଠି ଜଣେ ବିଜେପିର ଆଗ ଧାଡିର ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଏନେଇ ଆନନ୍ଦପୁର ଏସ୍ ଡିପିଓଙ୍କୁ କାର୍ଯାନୁଷ୍ଠାନ ପାଇଁ ଦାବିପତ୍ର ଦିଆଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ, ସୋସ ଥାନ
ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ବିଜେପି ବିଧାୟକ ପାର୍ଥୀ! କାର୍ଯାନୁଷ୍ଠାନ ପାଇଁ ଏସ୍ ଡିପିଓଙ୍କୁ ଦାବିପତ୍ର


ଘଟଗାଁ,୧୪ ଜାନୁୟାରୀ (ହିଁ ସ)ଆନନ୍ଦପୁର ବିଜେପି ବିଧାୟକ ପାର୍ଥୀ ଆଲୋକ ସେଠି ଜଣେ ବିଜେପିର ଆଗ ଧାଡିର ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଏନେଇ ଆନନ୍ଦପୁର ଏସ୍ ଡିପିଓଙ୍କୁ କାର୍ଯାନୁଷ୍ଠାନ ପାଇଁ ଦାବିପତ୍ର ଦିଆଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ, ସୋସ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମର ବିଜେପି ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାଗିରଥି ମହାନ୍ତି ସାରୁକୁଣା ଗାଁର ପ୍ରଫୁଲ୍ଲ କୁମାର ମିଶ୍ର ଗତ ସୋମବାର କେତେଜଣ ଲୋକଙ୍କୁ ନେଇ ବିଡିଓ ଙ୍କୁ ଦେଖା କରିବାକୁ ଯାଇଥିଲେ।ତେବେ ସମସ୍ତେ ବିଜେପିର ରାଜ୍ୟ ସଂଗଠନ ସଂମ୍ପାଦକ ଓ ଜିଲ୍ଲା ବିଜେପିର ସଭାପତି ହାଟସ୍ଥିତ ପାର୍ଟି ଅଫିସରେ ଥିଵା ସମୟରେ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ଫୋଟ ଉଠାଇବାକୁ ଯିବାବେଳେ ବିଧାୟକ ପ୍ରାର୍ଥୀ ଓ ସଂଗଠନ ଦାୟିତ୍ବରେ ଥିବା ଆଲୋକ ସେଠୀ ଚାପୁଡା ମାରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାବେଳେ ସାତ ଆଠ ଜଣ କଳମବ।ଡିରେ ଅକଥନୀୟ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ସେହିପରି ଆଲୋକ ସେଠୀ ଭାଗୀରଥି ଙ୍କ ମୋବାଇଲ୍ ଛଡାଇ ନେଇ ଭାଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପରେ ସାଧା କାଗଜରେ ଦସ୍ତଖତ ଓ ଟିପ ଚିହ୍ନ ନେଇ ଥାନାରେ ମାନହାନି ମାମଲା ରୁଜୁ କରିବା ସହିତ ମିଡିଆ କିମ୍ବା ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଆଲୋକ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତେବେ ନେଇ ବିଜେପି ଜିଲ୍ଲା ସଭାପତିଙ୍କୁ ଶୁକଦେବ ମହାନ୍ତଙ୍କୁ ପଚାରିବାରୁ ମୋ ପାଖରେ କୋଣସି ଖବର ନାହଁ ବୋଲି କହିଛନ୍ତି l ଏସ୍ ଡିପିଓଙ ପ୍ରଶାନ୍ତ ବେହେରାଙ୍କୁ ପଚାରିବାରୁ ଅଭିଯୋଗକାରୀ ମୋ ପାଖକୁ ଆସିଥଲେ ମୁଁ ଥାନା ଅଧିକାରୀଙ୍କୁ କହିଛି ସେ ମାମଲା ରେଜିଷ୍ଟର କରିବା ସହ ତଦନ୍ତକରି କାର୍ଯାନୁଷ୍ଠାନ ଗ୍ରହଣ କରିବୁ ବୋଲି ପ୍ରକାଶ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande