
ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ବ୍ୟାସକବି ଫକୀରମୋହନ ଥିଲେ ଓଡ଼ିଆ ଭାଷା ଓ ଜାତିର ସୁଯୋଗ୍ୟ ବିନ୍ଧାଣି।ତାଙ୍କ କଥା ସାହିତ୍ୟ ସର୍ବକାଳୀନ ଜନାଦୃତ।ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ କରି ଓଡ଼ିଆ ଭାଷାର ଟେକ ରଖିଥିବା ଫକୀର ମୋହନ ଓଡ଼ିଆ ଜାତି ପାଇଁ ଚିର ନମସ୍ୟ ହୋଇ ରହିବେ ବୋଲି ଡ଼ଃ ଶରତ ଚନ୍ଦ୍ର କଲଚରାଲ ଏକାଡେମୀ ପକ୍ଷରୁ ମଞ୍ଜୁରୀରୋଡ ଠାରେ ବୁଧବାର ଦିନ ଅନୁଷ୍ଠିତ ବ୍ୟାସକବି ଫକୀରମୋହନଙ୍କ୧୮୪ତମ ଜୟନ୍ତୀ ପାଳନ ଅବସରରେ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି। ଶିକ୍ଷାବିତ ପଦ୍ମଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର ଘୋଷ,'ଅଞ୍ଜଳି'ର ସମ୍ପାଦକ ପ୍ରକାଶ ମହାପାତ୍ର, ସୁରଞ୍ଜନ ପଣ୍ଡା, ବିଜୟ କୁମାର ସ୍ୱାଇଁ, କିଶୋର ଚନ୍ଦ୍ର ଦାସ ,ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ,ହରିଶ୍ଚନ୍ଦ୍ର ଜେନା ଯୋଗଦେଇ ଫକୀରମୋହନଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିବା ସହ ଅବକ୍ଷୟମୁଖୀ ସମାଜର ବିଶୃଙ୍ଖଳା ଦୂର ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ଏକାଡେମୀର ସମ୍ପାଦକ ବିଶ୍ୱନାଥ ବାରିକ ଧନ୍ୟବାଦ ଦେଇଥିଲେ।ପ୍ରାରମ୍ଭରେ ବ୍ୟାସକବିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ