ଭୀମ ମଣ୍ଡଳୀରେ ସର୍ବେକ୍ଷଣ କାର୍ଯ୍ୟ ଜାରି ; ମିଳୁଛି ପ୍ରସ୍ତର ଯୁଗର ପ୍ରମାଣ
ସମ୍ବଲପୁର, ୧୪, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଏବଂ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରସିଦ୍ଧ ଭୀମ ମଣ୍ଡଳୀ ଏବଂ ଏହାର ଆଖ ପାଖ ଅଂଚଳର ଗୁମ୍ଫା ଗୁଡିକରେ ଗତ ଜାନୁଆରୀ ପହିଲାରୁ ସର୍ବେକ୍ଷଣ ସହ ଖନନ କାର୍ଯ୍ୟ ଜାରି ରହିଛି । ଭାରତ
ଭୀମ ମଣ୍ଡଳୀରେ ସର୍ବେକ୍ଷଣ କାର୍ଯ୍ୟ ଜାରି ; ମିଳୁଛି ପ୍ରସ୍ତର ଯୁଗର ପ୍ରମାଣ


ସମ୍ବଲପୁର, ୧୪, ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ରାଇଲ ଏବଂ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରସିଦ୍ଧ ଭୀମ ମଣ୍ଡଳୀ ଏବଂ ଏହାର ଆଖ ପାଖ ଅଂଚଳର ଗୁମ୍ଫା ଗୁଡିକରେ ଗତ ଜାନୁଆରୀ ପହିଲାରୁ ସର୍ବେକ୍ଷଣ ସହ ଖନନ କାର୍ଯ୍ୟ ଜାରି ରହିଛି । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ପୁରୀ ସର୍କଲ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ସଂସ୍ଥା ପକ୍ଷରୁ ଗୁମ୍ଫା ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ଭାରତୀୟ ପ୍ରତ୍ନତତ୍ୱ ବିଭାଗର ନିର୍ଦେଶ କ୍ରମେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ନତତ୍ୱ ବିଭାଗ ପୁରୀ ସର୍କଲର ଅଧିକ୍ଷକ ବ୍ରଜସୁନ୍ଦର ଗଡ଼ନାୟକଙ୍କ ତତ୍ୱାବଧାନରେ ଏକ ଟିମ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ରାଇଲ ଏବଂ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ୭ ଶହରୁ ଉର୍ଦ୍ଧ୍ୱ ଗୁମ୍ଫା ରହିଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୪୦ ରୁ ଅଧିକ ଗୁମ୍ଫାରେ ପ୍ରାଗ୍ ଐତିହାସିକ ପ୍ରସ୍ତର ଯୁଗର ଶୈଳ ଚିତ୍ର ରହିଥିବା ଦେଖିବାକୁ ମିଳିଛି। ଏହା ପ୍ରାୟ ୧୫ ହଜାର ରୁ ୨୦ ହଜାର ବର୍ଷ ତଳର ବୋଲି ବିଭାଗର ଅଧିକ୍ଷକ ଡ.ଗଡ଼ନାୟକ କହିଛନ୍ତି। ତେବେ ଏହି ସବୁ ଗୁମ୍ଫା ଏବଂ ଶୈଳ ଚିତ୍ର ଗୁଡିକ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ ସହ ସର୍ବେକ୍ଷଣ କରାଯାଉଛି। ଆଗାମୀ ଦିନରେ ଏହାର ସମସ୍ତ ଡିଜିଟାଲ ଡକ୍ୟୁମେଂଟେସନ କରାଯିବା ପରେ ପୁରାତନ ସ୍ଥାପତ୍ୟର ବିଭିନ୍ନ ଦିଗକୁ ଉନ୍ମୋଚିତ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande