ଗତରାତିରେ ଭୋଗି ଏବଂ ଆଜି ମକରସଂକ୍ରାନ୍ତୀ ପାଳନ
ଜୟପୁର, ୧୪ ଜାନୁଆରି (ହି.ସ.) - କୋରାପୁଟ ଜଲ୍ଲା ଜୟପୁର ସହରର ଗତ ମଙ୍ଗଳବାର ରାତିରେ ବିଭିନ୍ନ ସ୍ଥାନରେ କାଠରେ ନିଆଁ ଜଳାଇ ଭୋଗି ଓଡିଆ ଓ ତେଲୁଗୁ ସମ୍ପ୍ରଦାୟର ଲୋକ ମାନେ ପାଳନ କରିଥିଲେ । ବୁଧବାର ଅପରାହ୍ନ ଠାରୁ ସଂକ୍ରାନ୍ତି ତିଥି ଆରମ୍ଭ ହେଉଥିବା ଯୋଗୁଁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଗୁରବାର ପୋଙ
ଗତରାତିରେ ଭୋଗି ଏବଂ ଆଜି ମକରସଂକ୍ରାନ୍ତୀ ପାଳନ


ଜୟପୁର, ୧୪ ଜାନୁଆରି (ହି.ସ.) - କୋରାପୁଟ ଜଲ୍ଲା ଜୟପୁର ସହରର ଗତ ମଙ୍ଗଳବାର ରାତିରେ ବିଭିନ୍ନ ସ୍ଥାନରେ କାଠରେ ନିଆଁ ଜଳାଇ ଭୋଗି ଓଡିଆ ଓ ତେଲୁଗୁ ସମ୍ପ୍ରଦାୟର ଲୋକ ମାନେ ପାଳନ କରିଥିଲେ । ବୁଧବାର ଅପରାହ୍ନ ଠାରୁ ସଂକ୍ରାନ୍ତି ତିଥି ଆରମ୍ଭ ହେଉଥିବା ଯୋଗୁଁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଗୁରବାର ପୋଙ୍ଗଲ ପାଳନ କରିବେ । କିନ୍ତୁ ଓଡିଆ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟ ପକ୍ଷରୁ ଆଜି ପବିତ୍ର ମକର ସଂକ୍ରାନ୍ତି ରୀତିନୀତି ଏବଂ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ । ମକର ସଂକ୍ରାନ୍ତି ଅବସରରେ ସୂର୍ଯ୍ୟ ଦକ୍ଷିଣ ମେରୁରୁ ଉତର ମେରୁକୁ ପ୍ରବେଶ କରୁଥିବା ଯୋଗୁଁ ଶୀତର ପ୍ରକୋପ କମିବା ସହିତ ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶୀତ ପ୍ରକୋପ କମିବା ଆରମ୍ଭ ହୋଇଥିବା ଯୋଗୁଁ କାଠରେ ଗତ ରାତିରେ ନିଆଁ ଲଗାଇ ଭୋଜିଭାତ, ମିଷ୍ଟାନ୍ନ ବଂଟନ କରାଯାଇ ସହରର ବିଭିନ୍ନ ଛକ ଠାରେ ବନ୍ଧୁ ଓ ସାଙ୍ଗ ସାଥି ମାନେ ଭୋଗି ଉତ୍ସବ ପାଳନ କରିଥିଲେ । ସେହିପରି ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ସହରର ବିଭିନ୍ନ ମନ୍ଦିରରେ ମକର ଚାଉଳରେ ପ୍ରସ୍ତୁତ ଏକ ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇ ଠାକୁର ମାନଙ୍କ ନିକଟରେ ଲାଗି କରାଯିବା ସହ ପୂଜାର୍ଚ୍ଚନା ପରମ୍ପରା ରହିଛି । ଏହି ଜଗନ୍ନାଥ, ବଲ୍ଲଭ ନାରାୟଣ, ଭଗବତୀ, ପଂଚାନନ, ଜଗତଜନନୀ, ରଘୁନାଥ, ଦକ୍ଷିଣକାଳୀ ଏବଂ ବିଭିନ୍ନ ହୁନମାନ ଓ ଶିବ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭୀଡ ହୋଇଥିଲା । ସେହିପରି ସହର ପାରାବେଢା, ସୌରା ସାହି, ଧୋବା ସାହି ଛକ, ପାଣିନଳା ସାହି, ଭୁପତି ସାହି, ପ୍ରସାଦ ରାଓ ପେଟା, ସମ୍ବାରତୋଟା, କେଲ୍ଲା ନଗର, ମେନ ରୋଡ, ବେଢା ସାହି, କୁମ୍ଭାର ସାହି, ପ୍ରଭୃତି ସ୍ଥାନରେ ଭୋଗି ପାଳନ କରାଯାଇଥିଲା । ଏହିପରି ତେଲୁଗୁ ସମ୍ପ୍ରଦାୟର ଏହା ଏକ ମୁଖ୍ୟ ପୂର୍ବ ଉତ୍ସବ ହୋଇଥିବା ଯୋଗୁଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande