
Bhubaneswar, 14 ଜାନୁଆରି (ହି.ସ.)
ସରକାରୀ କାର୍ଯ୍ୟ।ଳୟକୁ ଦଳୀୟ କାର୍ଯ୍ୟ।ଳୟରେ ପରିଣତ କରିବାକୁ ଉଦ୍ୟମ
ବିଜେପି ପ୍ରଭାରୀ ବୈଠକରେ ସରକାରୀ ଅଧିକାରୀଙ୍କୁ ଉପସ୍ଥିତ ରହିବା ନିର୍ଦ୍ଦଶେ ଗ୍ରହଣୀୟ ନୁହେଁ
ସରକାରୀ କାର୍ଯ୍ୟ।ଳୟରେ ବିଜେପି ନେତା କର୍ମୀଙ୍କ ଉତ୍ପାତ ରାଜ୍ୟବାସୀଙ୍କୁ ଅତିଷ୍ଟ କଲାଣି
ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ଶାସନ ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା ବେଳେ ଏବେ ସରକାରୀ କାର୍ଯ୍ୟ।ଳୟ ଗୁଡିକୁ ନିଜ ଦଳୀୟ କାର୍ଯ୍ୟ।ଳୟ ଭାବେ ପରିଣତ କରିବା ଉଦ୍ୟମ ଆରମ୍ଭ ହୋଇଛି, ଯାହାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛି, ରାଜ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ପ୍ରଭାରୀ ବୈଠକକୁ ସାମିଲ କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହେବ ବୋଲି ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କୁ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଏହି ପ୍ରଭାରୀ ବୈଠକରେ ଉପସ୍ଥିତ ରହିବାକୁ କହିବା ପାଇଁ ନିର୍ଦ୍ଦଶେ ଦିଆଯାଇଛି।
ଡ଼ ମହାନ୍ତି କହିଛନ୍ତି, ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଜେପିର ଦଳୀୟ ପ୍ରଭାରୀ ଓ ଅନ୍ୟ କର୍ମକର୍ତ୍ତ। ବୈଠକ କିପରି ଭାବେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହେବ ଓ ଏଥିରେ ସରକାରୀ ଅଧିକାରୀ ମାନେ କାହିଁକି ଯୋଗ ଦେବେ? ସରକାରୀ କାର୍ଯ୍ୟ।ଳୟ ଗୁଡିକୁ ବିଜେପି ନିଜ ଦଳୀୟ କାର୍ଯ୍ୟ।ଳୟରେ ପରିଣତ କରିବାକୁ ଉଦ୍ୟମ କରୁଛି ବୋଲି ଏଥିରୁ ସ୍ପଷ୍ଟ ହେଉଛି । ରାଜ୍ୟବ୍ୟାପୀ ସରକାରୀ କାର୍ଯ୍ୟ।ଳୟ ଗୁଡିକରେ ବିଜେପି ନେତା ଓ କର୍ମୀ ମାନଙ୍କ ଉତ୍ପାତ ଓ ସରକାରୀ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ ବିଜେପି ଶାସନରେ ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ଏବେ ସରକାରୀ କାର୍ଯ୍ୟ।ଳୟରେ ଦଳୀୟ କର୍ମକର୍ତ୍ତ।ଙ୍କ ବୈଠକ ଆୟୋଜନ କରି ବିଜେପି ସରକାରୀ ଅଧିକାରୀ ମାନଙ୍କୁ ଚାପଗ୍ରସ୍ତ କରିବା ସହିତ କର୍ମୀଙ୍କ ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ କରାଯାଉଛି। ବିଜେପିର ଏହି ଉଦ୍ୟମକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରୁଛି। ଶାସନ ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଲାଣି, ଯେଉଥିପାଇଁ ରାଜ୍ୟବାସୀ ଅତିଷ୍ଟ ହେଲେଣି। ତେଣୁ ବିଜେପି ସରକାରୀ କାର୍ଯ୍ୟ।ଳୟକୁ ଦଳୀୟ କାର୍ଯ୍ୟ।ଳୟରେ ପରିଣତ କରିବା ଉଦ୍ୟମରୁ କ୍ଷାନ୍ତ ରୁହନ୍ତୁ, ଅନ୍ୟଥା ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା