ଦିଲ୍ଲୀରେ 81 ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭାରମ୍ଭ, ସଂଖ୍ୟା ବୃଦ୍ଧି 319 ହେଲା
ନୂଆଦିଲ୍ଲୀ, 14 ଜାନୁଆରି (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ମକର ସଂକ୍ରାନ୍ତି ଅବସରରେ ଏଠାର ଗ୍ରାମ ନଙ୍ଗଲ ରାୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ୮୧ଟି ନୂତନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦିଲ୍ଲୀବାସୀଙ୍କୁ ସମର୍ପିତ କରିଛନ୍ତି। ଏହି ନୂତନ କେନ୍ଦ୍ରଗୁଡ
ଦିଲ୍ଲୀ


ନୂଆଦିଲ୍ଲୀ, 14 ଜାନୁଆରି (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବୁଧବାର ମକର ସଂକ୍ରାନ୍ତି ଅବସରରେ

ଏଠାର ଗ୍ରାମ ନଙ୍ଗଲ ରାୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ୮୧ଟି ନୂତନ ଆୟୁଷ୍ମାନ ଆରୋଗ୍ୟ

ମନ୍ଦିର ଦିଲ୍ଲୀବାସୀଙ୍କୁ ସମର୍ପିତ କରିଛନ୍ତି। ଏହି ନୂତନ କେନ୍ଦ୍ରଗୁଡ଼ିକର ଶୁଭାରମ୍ଭ ସହିତ

ଦିଲ୍ଲୀରେ ସଞ୍ଚାଳିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସଂଖ୍ୟା ବଢ଼ି ୩୧୯ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟ

ସୁବିଧାଗୁଡ଼ିକର ବିସ୍ତୃତ ଭାବେ ନିରୀକ୍ଷଣ କରିଥିଲେ। ସେ ଓପିଡି କକ୍ଷ,

ଲ୍ୟାବ୍,

ଔଷଧ

ବିତରଣ କାଉଣ୍ଟର, ଟୀକାକରଣ ଇଉନିଟ୍ ଏବଂ ଜଚ୍ଚା-ବଚ୍ଚା ଦେଖଭାଳ କେନ୍ଦ୍ରଗୁଡ଼ିକୁ

ଯାଞ୍ଚ କରି ବ୍ୟବସ୍ଥାର ଗୁଣବତ୍ତା ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ତଥ୍ୟ ନେଇଥିଲେ।

ସେଠାରେ ଉପସ୍ଥିତ ନର୍ସ, ଡାକ୍ତର ଓ ପ୍ୟାରାମେଡିକାଲ୍

କର୍ମଚାରୀମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କର କାର୍ଯ୍ୟାନୁଭବ ଏବଂ ରୋଗୀମାନଙ୍କୁ

ଦିଆଯାଉଥିବା ସେବା ସମ୍ପର୍କରେ ଫିଡବ୍ୟାକ୍ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ହେଲ୍ଥ ରେକର୍ଡ ସିଷ୍ଟମ୍‌ର ମଧ୍ୟ ସମୀକ୍ଷା କରିଥିଲେ। ସେ ରୋଗୀ ପଞ୍ଜିକରଣ,

ଚିକିତ୍ସା

ରେକର୍ଡ ଓ ଡାଟା ପରିଚାଳନା ପ୍ରକ୍ରିୟାକୁ ବିସ୍ତୃତ ଭାବେ ବୁଝିଥିଲେ ଏବଂ ଅଧିକାରୀମାନଙ୍କୁ

ନିର୍ଦ୍ଦେଶ ଦେଇଥିଲେ ଯେ ରେକର୍ଡ ପ୍ରଣାଳୀ ସମ୍ପୂର୍ଣ୍ଣ ପାରଦର୍ଶୀ,

ସଠିକ୍

ଏବଂ ସହଜ ରହିବ। ଏହି ଅବସରରେ ହରି ନଗରର ବିଧାୟକ ଶ୍ୟାମ ଶର୍ମା ସହ ଅନ୍ୟାନ୍ୟ ବ୍ୟକ୍ତିମାନେ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande