
ଚମ୍ପୁଆ, ୧୪ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ବହିଯାଉଥିବା ଆଦିଗଙ୍ଗା ତଥା ପୁଣ୍ୟତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ରାଜ୍ୟ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଜି କେନ୍ଦୁଝରରୁ ପାଟଣା ଅଭିମୁଖେ ଯାଇଥିଲେ। ବୈତରଣୀ ରାଜନଗର ରଘୁନାଥ ଜୀଉ ମଠ ଶବ୍ୟା କାବେରୀ ଘାଟରେ ପତ୍ନୀ ଙ୍କ ସହ ବୁଡ଼ ପକାଇବା ପରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ଜଳଲାଗି କରିଥିଲେ। ଏହି ମକରସଂକ୍ରାନ୍ତି ଅବସରରେ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କୁ ମକର ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ବିବୃତିରେ ଶ୍ରୀ ମାଝି ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇ ରାଜ୍ୟ ବାସୀଙ୍କ ସୁଖ, ସମୃଦ୍ଧି ଓ ରାଜ୍ୟର ଉନ୍ନତି ପାଇଁ ପ୍ରାଥନା କରିଥିବା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ଦୁଇବନ୍ଧୁ ମଧ୍ୟ ମକର ବୁଡ଼ ପକାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀର ଚରଣ ନାଏକ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବିଧାୟକଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ଅନୁବ୍ରତ ବେହେରା କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ, ଏସପି ନୀତିନ କୁଶଲକର ତାଗୁଡୁ, ଡିଆଇଜି ବ୍ରିଜେଶ ରାୟ, ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ଡିଏଫଓ ଏଚଡ଼ି ଧନ ରାଜ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟ, ଅଗ୍ନିଶ୍ରମ ଅଧିକାରୀ ଗୌର ହେମରମ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta