ପୂଣ୍ୟତୋୟା ବୈତରଣୀରେ ମକର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦୁଝର, 14 ଜାନୁଆରି (ହି.ସ.) - ପବିତ୍ର ମକର ସଂକ୍ରାନ୍ତିର ଶୁଭ ଅବସରରେ କେନ୍ଦୁଝରର ପୂଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦିନରେ ପତ୍ନି ପ୍ରିୟଙ୍କା ମାରାଣ୍ଡି ଙ୍କ ସହ ପାଟଣା ବ୍ଲକ୍ ରାଜନଗର ଘାଟ ସବ୍ୟାକାବେରୀ ତୁଠ ରେ ବୁଡ଼ ପକାଇଛନ୍ତି। ଏହି ଅବସରରେ
Cm makar buda


କେନ୍ଦୁଝର, 14 ଜାନୁଆରି (ହି.ସ.) - ପବିତ୍ର ମକର ସଂକ୍ରାନ୍ତିର ଶୁଭ ଅବସରରେ କେନ୍ଦୁଝରର ପୂଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦିନରେ ପତ୍ନି ପ୍ରିୟଙ୍କା ମାରାଣ୍ଡି ଙ୍କ ସହ ପାଟଣା ବ୍ଲକ୍ ରାଜନଗର ଘାଟ ସବ୍ୟାକାବେରୀ ତୁଠ ରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ଦୁଇ ସାଙ୍ଗ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲେକୋଇ ବିଧାୟକ ଡ଼ ଫକିର ଚରଣ ନାୟକ ଯୋଗଦେଇ ତାଙ୍କ ସହ ବୁଡ଼ ପକାଇଥିଲେ। ଆମର ଏହି ମହାନ ଧର୍ମ, ପରମ୍ପରା ଓ ସଂସ୍କୃତିର ସମନ୍ୱୟ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ । ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା, ଏହି ପବିତ୍ର ଦିନ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦୁନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଗତକାଲି ଜିଲ୍ଲାବାସୀଙ୍କୁ ପ୍ରାୟ ୧୯୦୦ କୋଟି ଟଙ୍କାର ମକର ଭେଟି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande