କଲେଜ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ପ୍ର. ଧୀରେନ୍ଦ୍ର କୁମାର ମିଶ୍ର ସମ୍ବର୍ଦ୍ଧିତ

ସମ୍ବଲପୁର, ୧୪, ଜାନୁଆରୀ (ହି.ସ.) - ଇଂରାଜୀ ଭାଷା ଓ ସାହିତ ଗବେଷକ ଓ ବେସରକାରୀ କଲେଜ ଶିକ୍ଷକ ସଂଘ ର ପୁରୁଖା ସଂଗଠକ ପ୍ରଫେସର ଧୀରେନ୍ଦ୍ର କୁମାର ମିଶ୍ରଙ୍କୁ ସମ୍ବଲପୁର ପ୍ରଧାନପଡ଼ା ସ୍ଥିତ ତାଙ୍କ ବାସଭବନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ତାଙ୍କୁ ଓଡିଶା ପଛୁଆ ଅଂଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ତରଫରୁ କର୍ମକର୍ତା ଓ ସଭ୍ୟ ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଛି। ପ୍ର. ମିଶ୍ର ଗତ ୧୧ ତାରିଖ ଅନୁଷ୍ଠିତ ସାଧାରଣ କେଡ଼ର ସମ୍ମିଳନୀକୁ ଅସୁସ୍ଥତା ହେତୁ ସମ୍ବର୍ଦ୍ଧନା ଗ୍ରହଣ କରିବାପାଇଁ ଯାଇପାରି ନ ଥିବାରୁ ସଂଘ ର କାର୍ଯ୍ୟକାରୀ ସଭାପତି ଡ଼. ଅଶ୍ୱିନୀ କୁମାର ସୁପକାର ଉପଦେଷ୍ଟା ଅଶୋକ କୁମାର ବହିଦାର ଉପସଭାପତି ଡ଼.ଦୀପେନ୍ କୁମାର ପଟ୍ଟନାୟକ, ଡ଼. ସୂର୍ଯ୍ୟ ନାରାୟଣ ଅଗସ୍ତି, ଶଶୀକାନ୍ତ ପଣ୍ଡା, ବରିଷ୍ଠ ସଦସ୍ୟ ଡ଼. ସୁଧୀର କୁମାର ମିଶ୍ର ଓ ଡ଼.ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ତାଙ୍କୁ ଆଜି ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ର ଉତର ରେ ପ୍ର. ମିଶ୍ର ବିଭିନ୍ନ କଲେଜ ରେ ଅଧ୍ୟାପନା ର ଅନୁଭୁତି ତଥା ୧୯୭୬ ରେ ସମସ୍ତ ବର୍ଗ ର ଅଧ୍ୟାପକ ମାନଙ୍କୁ ଅନୁଦାନ ଦେବା ସକାଶେ ଗାନ୍ଧୀଭବନ ରେ ହୋଇଥିବା ଅନଶନ ଓ ୧୯୯୦ ରେ ହୋଇଥିବା ୟୁଜିସି ସ୍କେଲ୍ ଦରମା ପାଇଁ ଆନ୍ଦୋଳନ ବିଷୟ ରେ ଆଲୋଚନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande