ପବିତ୍ର ମକରସଂକ୍ରାନ୍ତି ଉପଲକ୍ଷେ ଗାୟତ୍ରୀ ପରିବାର ଆନୁକୁଲ୍ଯରେ ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
ନୂଆପଡା ୧୪ ଜାନୁଆରୀ (ହି.ସ.)- ବିଶ୍ବଶାନ୍ତି ଓ ସମାଜ ସଂସ୍କାର ପାଇଁ ସ୍ଥାନେସ୍ଥାନେ ମହାଯଜ୍ଞ ଅନୁଷ୍ଠିତ ହେଉଛି । ସେହିପରି ଧର୍ମପଥର ପଥିକ ସାଜି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତିଆଲପଡା ଗ୍ରାମରେ ଅବସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଭୋଳାଶଙ୍
Gayatri mahajagya


ନୂଆପଡା ୧୪ ଜାନୁଆରୀ (ହି.ସ.)- ବିଶ୍ବଶାନ୍ତି ଓ ସମାଜ ସଂସ୍କାର ପାଇଁ ସ୍ଥାନେସ୍ଥାନେ ମହାଯଜ୍ଞ ଅନୁଷ୍ଠିତ ହେଉଛି । ସେହିପରି ଧର୍ମପଥର ପଥିକ ସାଜି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପତିଆଲପଡା ଗ୍ରାମରେ ଅବସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଭୋଳାଶଙ୍କରଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ବଶାନ୍ତି ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆଜି ଅନୁଷ୍ଠିତ ହୋଇଯାଛି। ଏହି ମହାଯଜ୍ଞରେ ମୁଖ୍ଯ ଯଜମାନ ଭାବେ ସତ୍ଯବ୍ରତ ଗହୀର ଏବଂ ତାଙ୍କର ଧର୍ମପତ୍ନୀ କାର୍ଯ୍ୟ ତୁଲାଇଥିବା ବେଳେ , ଯଜ୍ଞ ପରିଚାଳକ ଭାବେ ଦିଗାମ୍ବର ବାଗ ଓ କ୍ଷମାନିଧି ନିଆଳ ବିଧିବିଧାନ ସହ ତାଙ୍କର କାର୍ଯ୍ୟ ତୁଲାଇଥିଲେ। ଟଙ୍କଧର ବନ୍ଦିଛୋର, କେଶବ ପାଣ୍ଡେ, ଚତୁର୍ଭୁଜ ମାଝୀ, ଜୟରାମ ,ଲଛମନ ବଞ୍ଜାରା , ଜଗନ୍ନାଥ ବେମାଲ, ଦେବଦତ୍ତ ସୁପକାର, କୃଷ୍ଣ ତାଣ୍ଡି , ଧନେଶ୍ଵର ବଞ୍ଜାରା ଓ ନିଲଜୀ ଅଞ୍ଚଳର ସମସ୍ତ ଗାୟତ୍ରୀ ପରିବାର ସଦସ୍ୟ ଉପସ୍ଥିତ ରହି ଉକ୍ତ ମହାଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ। ସକାଳୁ ସମସ୍ତ ଭକ୍ତଗଣ ଉକ୍ତ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇ ଦେବପୂଜା କଲାପରେ ଗାୟତ୍ରୀ ମହାଯଜ୍ଞ ଆରମ୍ଭ କରିଥିଲେ । ବିଶ୍ବଶାନ୍ତି ନିମନ୍ତେ ସେଠି ଉପସ୍ଥିତ ସମସ୍ତ ଭକ୍ତଗଣ ମହାଯଜ୍ଞ କୁଣ୍ଡରେ ହବନ ଆହୁତି ପ୍ରଦାନ କରିଥିଲେ । ଶେଷରେ ସମସ୍ତେ ଅନ୍ନଭୋଗ ଓ ମକର ଭୋଗ ଗ୍ରହଣ କରି ଅତି ଆନନ୍ଦରେ ନିଜ ଘରକୁ ପ୍ରତ୍ଯାବର୍ତ୍ତନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande