
ଜୟପୁର,୧୪ ଜାନୁଆରି (ହି.ସ.) - ଜୟପୁର ୟୋଲ ବ୍ରିଜ ଛକ ନିକଟରେ ଥିବା ଏକ ଗ୍ୟାରେଜ ରେ ନିଆଁ ଲାଗିଥିଲା। ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ୟୋଲୋ ବ୍ରିଜ ନିକଟରେ ଥିବା ଗ୍ୟାରେଜରେ କୌଣସି କାରଣ ବସତଃ ନିଆଁ ଲାଗିଥିଲା। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସେଠାରେ ଉପସ୍ଥିତ ଥିବା ଲୋକେ ଦମକଳ ବାହିନିକୁ ଫୋନ କରିବା ପରେ ଦମକଳ ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଗ୍ୟାରେଜର କିଛି ସାମଗ୍ରି ପୋଡି ହୋଇଥିବା ଅତିରିକ୍ତ ଅଗ୍ନିଶମ ଅଧିକାରୀ ସୁରେଶ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି