
ଗଂଜାମ, 14 ଜାନୁଆରି (ହି.ସ.)
ଗଞ୍ଜାମ ଜିଲ୍ଲାରେ ମକର ଉତ୍ସବ ଧୁମଧାମରେ ପାଳିତ ହେଉଛି। ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ପବିତ୍ର ନଦୀ ପୁଷ୍କରିଣୀରେ ମକର ସ୍ନାନ କରି ବିଭିନ୍ନ ଦେବଦେଵୀଙ୍କମନ୍ଦିରକୁଯାଇ ଦେବ ଦର୍ଶନ କରିଛନ୍ତି। ଜିଲ୍ଲାର ସମସ୍ତ ଦେବଦେଵୀମନ୍ଦିରେମକର ଚାଉଳ ପୂଜା କରି ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଇଛି।ଏତତ ବ୍ୟତିତ ପ୍ରତ୍ୟେକ ଘରେ ମଧ୍ୟ ମକର ଚାଉଳ ପ୍ରସ୍ତୁତ କରି ଘର ଇଷ୍ଟଙ୍କୁ ଏହି ନୈବେଦ୍ୟ ମକରଚାଉଳ ପୂଜା କରି ପରିବାରର ଓ ବନ୍ଧୁବାନ୍ଧବ ସହପ୍ରସାଦ ସେବନ କରିଛନ୍ତି। । ଗଞ୍ଜାମ ଜିଲ୍ଲା ତେଲଗୁ ଭାଷାଭାଷୀ ପ୍ରଭାଵିତ ଅଞ୍ଚଳ ହୋଇଥିବାରୁ ଜିଲାରେ ତେଲୁଗୁ ସଂପ୍ରଦାୟର ଲୋକମାନେ ଖୁଵ୍ ଧୁମଧାମରେ ମକର ଉତ୍ସବ ପାଳନ କରୁଛନ୍ତି । ଗତକାଲି ତେଲୁଗୁ ମାନେ ହେଲେ ଅଗ୍ନି ଜାଳିଭୋଗୀ ପାଳନ କରିଛନ୍ତି। ଆଜି ସକାଳୁ ନବବସ୍ତ୍ର ସମସ୍ତ ପରିବାର ବର୍ଗ ପରିଧାନ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରି ଶ୍ରାଦ୍ଧ କରି ଘରେ ଘରେ ପିଠାପଣାର ଜମାଇ ଦେଇଛନ୍ତି। ଆସନ୍ତାକାଲି ଏହି ପରିବାର ମାନେ କାନଗୁ ପର୍ବ ପାଳନ କରି ପରିଵାର ଓ ବନ୍ଧୁବାନ୍ଧବଙ୍କ ସହ ଭୋଜିଭାତରେ ଆପ୍ୟାୟିତ ହେବା ସହ ନାଚଗୀତ ଓ ଆମୋଦ ପ୍ରମୋଦ ରେକଟାଇ ତିନି ଦିନଧରି ମକର ଊତ୍ସବ ପାଳନ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ