




ବଲାଙ୍ଗିର, ୧୪ ଜାନୁଆରି (ହି.ସ.) - ଆଜି ମକର ସଂକ୍ରାନ୍ତି ତିଥିରେ ବଲାଂଗିର ଗୋପଲ୍ଜି ମନ୍ଦିର ପରିସର ରେ ଥିବା ଗାୟତ୍ରୀ ଶକ୍ତି ପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଂଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ଦୁଇଟି ପୁଂଶବନ ସଂସ୍କାର ଓ ଡୁଇଟି ଜନ୍ମଦିନ ସଂସ୍କାର ଅନୁଷ୍ଟିତ ହୋଇ ଥିଲା। ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବଲାଂଗିର ର ପରିଜନ ମାନେ ସବୁପ୍ରକାର ଅଜିର ଟୋଲି ରେ ବରଗଡ ରୁ ରବିନ୍ଦ୍ର ପ୍ରଧାନ ବଲାଂଗିର ଶକ୍ତି ପୀଠ ର ଦାୟିତ୍ୱ ରେ ଥିବା ଛବିଳ ବଗର୍ତି ବ୍ୟାସ ରୁପରେ ଯଜ୍ଞ କାର?୍ୟ୍ୟ ପରିଚାଳନା କରିଥିଲେ। ପାଂଚୋଟି କୁଣ୍ଡ ରେ ପରିଜନ ମାନେ କର୍ତା ମାନଂକ ସମେତ ଯଜ୍ଞ ରେ ଆହୁତି ଦେଇଥିଲେ। ଆଜି ଏଠାରେ ମା ଗାୟତ୍ରୀ ଙ୍କ ପୂଜନ ଓ ହବନ ସହିତ ବ୍ୟାସ ଙ୍କ ପରି ଚାଳନା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ସଂସାର ର ମଙ୍ଗଳ କାମନା ଓ ସଂସ୍କାର ବାନ ପିଢ଼ି ଗଢ଼ିବା ଦିଗରେ ଗାୟତ୍ରୀ ପାରିବାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ