
କେନ୍ଦୁଝର, 14 ଜାନୁଆରି (ହି.ସ.)
ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଭଲି କ୍ଲବ ପକ୍ଷରୁ ୧୫ ତମ ଆନ୍ତଃରାଜ୍ୟ ଭଲିବଲ ପ୍ରତିଯୋଗିତା ଆଜି ଅପରାହ୍ନ ରେ ମୁଖ୍ୟ ଅତିଥି କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି । ଆଜି ଆନ୍ତଃରାଜ୍ୟ ମହିଳା ଭଲି ରେ ଓଡିଶା ପୁଲିସ ଓ ଝାଡଖଣ୍ଡ ମହିଳା ଦଳ ଉଦଘାଟନୀ ମ୍ୟାଚ ରେ ମୁହାଁମୁହିଁ ହୋଇଥିବା ବେଳେ ଦିବା ରାତ୍ର ଏହି ପ୍ରତିଯୋଗିତା ରେ ପଶ୍ଚିମବଙ୍ଗ ସିକସର, ପଶ୍ଚିମବଙ୍ଗ , ଛତିଶଗଡ , କିଟ ଭୁବନେଶ୍ଵର ଆଦି ଦଳ ଅଂଶ ଗ୍ରହଣ କରିଛନ୍ତି । ଉଦଘାଟନ ପର୍ବରେ ମୁଖ୍ୟଅତିଥି ସାଂସଦ ଅନନ୍ତ ନାୟକ ଙ୍କ ସହ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପୂର୍ବତନ ବିଜେପି ଉପସଭାପତି ଗୋପୀନାଥ ରାମ , ଘଟଗାଁ ମଣ୍ଡଳ ବିଜେପି ସଭାପତି ରବିନାରାୟଣ ଦେହୁରୀ, ଢେଙ୍କିକୋଟ ମଣ୍ଡଳ ସଭାପତି ରଞ୍ଜିତ ନାୟକ, ସରପଞ୍ଚ ଯମୁନା ମୁଣ୍ଡା, ଯୁବନେତା ରତନ ପଲେଇ ଙ୍କ ସହ ଭଲି କ୍ଳବ୍ ର ଚେୟାରମ୍ୟାନ ଅଖିଳ ପାତ୍ର, ସଭାପତି ରାମଚନ୍ଦ୍ର ସାହୁ ଓ ସମ୍ପାଦକ ବିଜୟ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଭଲିକ୍ଲବ ର ଉପଦେଷ୍ଟା କାହ୍ନୁଚରଣ ସାମଲ, ପ୍ରଦୀପ କୁମାର ଦାଶ ଓ ରାଜକିଶୋର ମିଶ୍ର ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାକୁ ଜାତୀୟ ସ୍ତରୀୟ ରେଫରୀ କଳାକାର ସାମଲ, ଅମୂଲ୍ୟ କୁମାର ପରିଡା, ସୁରେଶ କୁମାର ବେଉରିଆ ଓ ଅନିଲ କୁମାର ଷଣ୍ଢ ପରିଚାଳନା କରୁଛନ୍ତି । ଭଳି କ୍ଲବ ର ସଦସ୍ୟ ନୀଳମଣି ମଣ୍ଡଳ, ତନ୍ମୟ ନାୟକ, ମହେଶ୍ଵର ସାହୁ, ବିଶ୍ବରଂଜନ ପୃଷ୍ଟୀ,ମନୋଜ କୁମାର ସାହୁ, ରବୀନ୍ଦ୍ର କୁମାର ତରେଇ, ପଞ୍ଚାନନ ମଣ୍ଡଳ, ଅଜୟ କୁମାର ବେଜ୍, ସଞ୍ଜୀବ ସାହୁ, ବିଜୟ କୁମାର ପାଲ, ଲିପୁନ୍ ସାହୁ, ଲକ୍ଷ୍ମୀଧର ସାହୁ, ଆଶୁତୋଷ ମଣ୍ଡଳ, ବଟକୃଷ୍ଣ ମହାକୁଡ, ଆଶିଷ କୁମାର ମଣ୍ଡଳ, ଉଜ୍ଜଳ ମଣ୍ଡଳ ପ୍ରମୁଖ ଖେଳ ପରିଚାଳନା ରେ ଦାଇତ୍ୱ ରେ ଅଛନ୍ତି । ଗୁରୁବାର ଜିଲ୍ଲାର ବଛା ବଛା ୨୦ଟି ଭଲି ଦଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA