ଶ୍ରୀ ଜିଉଙ୍କ ମକର ଚୁଡା ବେଶ
ଜୟପୁର,୧୪ ଜାନୁଆରି (ହି.ସ.) - ଜୟପୁର ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ଶ୍ରୀଜିଉଙ୍କୁ ମକର ଚୁଡା ବେଶ ସଜ୍ଜିତ କରାଯାଇଛି । ଏହା ସହ ଆଜି ମକର ଚାଉଳ ଭୋଗ ଲାଗି କରାଯାଇଛି । ଶ୍ରୀ ଜିଉଙ୍କ ମକର ଚୁଡା ବେଶ ଅଧିକ ଆକର୍ଷଣ ହୋଇଥିବା ବେଳେ ଏହି ବେଶ ଦର୍ଶନ କେଲ ମହାପୁଣ୍ଣ ମିଳିଥାଏ ବୋଲି ପ୍ର
ଶ୍ରୀ ଜିଉଙ୍କ ମକର ଚୁଡା ବେଶ


ଜୟପୁର,୧୪ ଜାନୁଆରି (ହି.ସ.) - ଜୟପୁର ଜଗନ୍ନାଥ ମନ୍ଦିରରେ ମକର ସଂକ୍ରାନ୍ତି ଅବସରରେ ଶ୍ରୀଜିଉଙ୍କୁ ମକର ଚୁଡା ବେଶ ସଜ୍ଜିତ କରାଯାଇଛି । ଏହା ସହ ଆଜି ମକର ଚାଉଳ ଭୋଗ ଲାଗି କରାଯାଇଛି । ଶ୍ରୀ ଜିଉଙ୍କ ମକର ଚୁଡା ବେଶ ଅଧିକ ଆକର୍ଷଣ ହୋଇଥିବା ବେଳେ ଏହି ବେଶ ଦର୍ଶନ କେଲ ମହାପୁଣ୍ଣ ମିଳିଥାଏ ବୋଲି ପ୍ରବାଦ ରହିଛି । ଭକ୍ତ ମାନେ ମନ୍ଦିରକୁ ଯାଇ ଶ୍ରୀ ଜିଉଙ୍କୁ ଦର୍ଶନ କରି ଫେରୁଥିବା ଜଣାଯାଇଛି। ମନ୍ଦିର ପୁଜକ ଡମ୍ବୁରୁ ଧର ପଣ୍ଡା ସେବାୟତ ଜଗନ୍ନାଥ ତ୍ରିପାଠି ସମସ୍ତ ନିତି କାନ୍ତ ଜାରି ରହିଛନ୍ତି । ସେହିପରି ବଲ୍ଲଭ ନାରାୟଣ ଙ୍କୁ ମଧ୍ୟ ସ୍ୱତନ୍ତ୍ର ବେଶ କରାଯାଇଥିବା ବେଳେ ନାରାୟଣଙ୍କୁ ମକର ଚାଉଳ ଭୋଗ ଲାଗି କରାଯାଇଥିଲା । କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନିତିକାନ୍ତ ଜାରି ରହିଛି । ପ୍ରଭୁଙ୍କୁ ସ୍ୱତନ୍ତ୍ର ବେଶ କରାଯାଇଛି । ଏହି ଅବସରରେ ସ୍ୱତନ୍ତ୍ର ଆଳିତି, ଭୋଗ ଲାଗି କରାଯାଇ ୪ ଥର ମକର ହାଣ୍ଡି କୁ ଧରି ମନ୍ଦିର ପରିକ୍ରମା କରାଯାଇଛି । ଆଜି ମକର ସକ୍ରାନ୍ତି ଅବସରରେ ଅଷ୍ଟ ସମ୍ବୁ ପଂଚାନନ ମନ୍ଦିର, ବାବା ବୈଦ ନାଥ ମନ୍ଦିର, ଅଧିଷ୍ଟାତ୍ରୀ ମା ଭଗବତୀ ମନ୍ଦିର, ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ନିତି କାନ୍ତି ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande