
ଜୟପୁର, ୧୪ ଜାନୁଆରି (ହି.ସ.) -ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ସମାରୋହ ସହ ମକର ମିଳନ କାଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜୟପୁର ରାଜା ନହର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ବସୁମତି ସାହିତ୍ୟ ସସଂଦ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଦାସ , ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ , ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ମନୋରଞ୍ଜନ ପ୍ରଧାନ ଓ ସାମ୍ବାଦିକ ହୃଷିକେଶ ମିଶ୍ର ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ଅନିଲ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଚନ୍ଦ୍ର ମଣି ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଳିତ ଓଏଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆକାଶ ଉଦିତାଶୁଂ ଆଚାର୍ଯ୍ୟଙ୍କୁ ବସୁମତି ସାହିତ୍ୟ ସସଂଦ ତରଫରୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଅସିତ ରଞ୍ଜନ ବାରିକ, କୈଳାସ ସାମନ୍ତରାୟ . ତାପସ ପଣ୍ଡା, ସ୍ୱାଧିନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହିପରି ଜୟପୁର ପୂଜ୍ୟପୂଜା ସଂସଦ, ଜୟପୁର ତରଫରୁ ମକର ସଂକ୍ରାନ୍ତି ଓ ବ୍ୟାସକବି ଫକୀର ମୋହନ ସେନାପତି ଜୟନ୍ତୀ ପାଳିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଫକୀର ମୋହନଙ୍କ ଫୋଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ ଆରମ୍ଭ କରିଥିଲେ ସଂସଦର ଉପସଭାପତି ତପନ କିରଣ ତ୍ରିପାଠୀ। ସମ୍ମନିତ ବକ୍ତା ରୂପେ ନଳିନୀ ରଂଜନ ମିଶ୍ର ଓ ହରିହର କରସୁଧା ପଟ୍ଟନାୟକ ଯୋଗ ଦେଇ ଫକୀର ମୋହନ ଙ୍କ ସାହିତ୍ୟ ରେ ସମାଜ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇ ମକର ସଂକ୍ରାନ୍ତି ଓ କାଳଜୟୀ ସ୍ରଷ୍ଟା ଙ୍କ ବିଷୟରେ ନିଜ ତଥ୍ୟ ଉପସ୍ଥାପନା କରି ପୁରସ୍କୃତ ହୋଇଥିଲେ। ସଂସଦର ସଭାପତି ଉଦୟ ଶଙ୍କର ଜାନୀ, ସଂପାଦକ ବୈରାଗୀ ଚରଣ ସାହୁ, ଏ ଆଦିତ୍ୟ କୁମାର, ସଂ ସତି ସାମନ୍ତରାୟ, ସୁଶ୍ରୀ ସାମନ୍ତରାୟ, ପୁଷ୍ପାଞ୍ଜଳି ସାହୁ, ଦେବାଶିଷ ବ୍ରହ୍ମା, ଏ ନାଗରାଜୁ, ଏ ମୈତ୍ରୀ କୁମାରୀ, ବିଶ୍ୱନାଥ ପରିଡା, ରଂଜିତା ଦାସ, ଜାନକୀ ପାଣିଗ୍ରାହୀ, ସର ସ୍ୱତୀ ସାହୁ ଓ ମୃତ୍ୟୁଂଜୟ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି