
ନୂଆଦିଲ୍ଲୀ, 14 ଜାନୁଆରି (ହି.ସ.)- ବୈଦେଶିକ ମନ୍ତ୍ରଣାଳୟ ଏକ ପରାମର୍ଶ ଜାରି କରି କହିଛି ଯେ ଇରାନରେ ଚାଲୁଥିବା
ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନେ ପରବର୍ତ୍ତୀ ସୂଚନା ମିଳିବା ପର୍ଯ୍ୟନ୍ତ
ସେଠାକୁ ଯାତ୍ରା କରିବାରୁ ବିରତ ରୁହନ୍ତୁ। ଏହା ପୂର୍ବରୁ ୫ ଜାନୁଆରୀରେ ମଧ୍ୟ ବିଦେଶ
ମନ୍ତ୍ରଣାଳୟ ଏହି ପ୍ରକାରର ଏକ ପରାମର୍ଶ ଜାରି କରିଥିଲା।
ଇରାନରେ ଅବସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଯଥାଶୀଘ୍ର ଯେକୌଣସି
ଉପାୟରେ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଛି। ଦୂତାବାସ କହିଛି, “ଇରାନରେ ବଦଳୁଥିବା
ପରିସ୍ଥିତିକୁ ଦେଖି ଯେଉଁ ଭାରତୀୟ ନାଗରିକମାନେ (ଛାତ୍ରଛାତ୍ରୀ,
ତୀର୍ଥଯାତ୍ରୀ,
ବ୍ୟବସାୟୀ
ଏବଂ ପର୍ଯ୍ୟଟକ) ବର୍ତ୍ତମାନ ଇରାନରେ ଅଛନ୍ତି, ସେମାନଙ୍କୁ ବାଣିଜ୍ୟିକ
ଉଡାଣ ସହିତ ଉପଲବ୍ଧ ଯାତାୟାତ ସାଧନ ବ୍ୟବହାର କରି ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଉଛି।”
ଦୂତାବାସ ପରାମର୍ଶ ଦେଇ ଭାରତୀୟ ନାଗରିକ ଓ ଭାରତୀୟ ମୂଳର ଲୋକମାନଙ୍କୁ ସାବଧାନ ରହିବା ଏବଂ
ପ୍ରତିବାଦ ସ୍ଥଳଗୁଡ଼ିକୁ ଏଡ଼ାଇବାକୁ କହିଛି। ଏହା ସହିତ ଭାରତୀୟମାନଙ୍କୁ ନିଜ ଯାତ୍ରା
ସମ୍ବନ୍ଧୀୟ ଦଲିଲପତ୍ର ପ୍ରସ୍ତୁତ ରଖିବା ଏବଂ ସହାୟତା ପାଇଁ ଭାରତୀୟ ଦୂତାବାସ ସହ ଯୋଗାଯୋଗ
କରିବାକୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା