



ବଲାଙ୍ଗିର, 14 ଜାନୁଆରି (ହି.ସ.) - ବୁଧବାର ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ମା' ଭଗ୍ରତାରା ସାଂସ୍କୃତିକ କଳାକାର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସାଂସ୍କୃତିକ ଭବନ ପରିସରରେ ମକର ମିଳନ ଉତ୍ସବ ପାଳିତ ହୋଇଯାଇଛି ।ଉକ୍ତ ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସଂଘର ସଭାପତି ଶ୍ରୀ କରୁଣାକର ବାଗ ଅଧ୍ୟକ୍ଷତା କରିଥିବାବେଳେ କୁଶଙ୍ଗ ସରପଞ୍ଚ ଗୀତାଞ୍ଚଳୀ ପଟେଲ ମୂଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଲୋଇସିଂହା ବ୍ଳକ କଳାକାର ସଂଘର ସଭାପତି ସରୋଜ ବିଶ୍ଵାଳ, କଳାପ୍ରେମୀ ସରୋଜ ମହାକୁର, ଆଇନଜୀବି ଉବାନୀ ଶଙ୍କର ଭୋଇ, ଆବାହକ ଗୋଲକ ବିହାରୀ ପଟେଲ ମଞ୍ଚାସୀନ ଥିଲେ। ଚଳିତବର୍ଷ ସ୍ପର୍ଗତ ଦାମୋଦର ଭୋଇ ସ୍ତୃତି ସମ୍ମାନ ବରିଷ୍ଠ ନାଟ୍ୟକଳାକାର ଗୋପାଳ ହୋତା ଏବଂ କୀର୍ତ୍ତନ୍ୟ ଗାୟକ ଦାଶରଥି ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦୁତୀୟା ଦେହେରୀ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରେମାନନ୍ଦ ପଟେଲ । ସଂଘର ଶତାଧିକ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ କଳା ଯଥା କରମସାନୀ, ସଂଚାର, ଦଣ୍ଡନୃତ୍ୟ, ଭଜନ, କୃଷ୍ଣଲୀଳା, ବଂଶୀବାଦନ,ସମ୍ବଲପୁରୀ ନୃତ୍ୟ ଆଦି ଲୋକକଳା ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରେମାନନ୍ଦ ପଟେଲ, ଉଦ୍ଧବ ସା,ସହଯୋଗ କରିଥିଲେ ସଂଘର ଉପସଭାପତି ସୁବଳ ଖଟୁଆ,ସଂପାଦକ ଗୋପାଳ ହୋତା, ସହ-ସଂପାଦକ ଦାଶରଥି ଦାଶ, ସାରଙ୍ଗଧର ରାଉତ, ଉଦ୍ଧବ ବେହେରା, ଲୋକନାଥ ପଟେଲ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶହଶହ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ