ତେନ୍ତୁଳିଗୁମ୍ମା ଠାରେ ମଣ୍ଡି ଖୋଲିବା ପାଇଁ ଦାବୀ
ଜୟପୁର, 14 ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ତେନ୍ତୁଳିଗୁମ୍ମା ପଂଚାୟତ ବାସୀ ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଦାବୀ ଅନୁଯାଇ, ତେନ୍ତୁଳିଗୁମ୍ମାରେ ମଣ୍ଡି ବ୍ୟବସ୍ଥା ନାହିଁ l ଏଣୁ ଚାଷୀର ଧାନ ବିକ୍ରି ପାଇଁ
ତେନ୍ତୁଳିଗୁମ୍ମା ଠାରେ ମଣ୍ଡି ଖୋଲିବା ପାଇଁ ଦାବୀ


ଜୟପୁର, 14 ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ତେନ୍ତୁଳିଗୁମ୍ମା ପଂଚାୟତ ବାସୀ ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଦାବୀ ଅନୁଯାଇ, ତେନ୍ତୁଳିଗୁମ୍ମାରେ ମଣ୍ଡି ବ୍ୟବସ୍ଥା ନାହିଁ l ଏଣୁ ଚାଷୀର ଧାନ ବିକ୍ରି ପାଇଁ ରାମଗିରି ମଣ୍ଡି ଆଣିବାକୁ ପଡୁଛି l ଏଥିପାଇଁ ସେମାନଙ୍କୁ ନବେ କିଲୋମିଟର ଦୁର ଅତିକ୍ରମ କରୁଛନ୍ତି l ରାମଗିରି ମଣ୍ଡିକୁ ଆଣି ଧାନ ବିକ୍ରି କରିବା ପାଇଁ ଅଧିକ ଖର୍ଚ୍ଚ ସହ କଷ୍ଟ ମଧ୍ୟ ହେଉଛି l ଏବେ ଦୂରରୁ ଆସି ଶୀତ କାକରରେ ମଣ୍ଡିରେ ଜଜିବାବି ମୁସକିଲ l ଏଥିରେ ହନ୍ତସନ୍ତ ହେଉଛନ୍ତି ତେନ୍ତୁଳିଗୁମ୍ମା ପଂଚାୟତ ର ସମସ୍ତ ଚାଷୀ l ଏଣୁ ତେନ୍ତୁଳିଗୁମ୍ମାରେ ଧାନ ମଣ୍ଡି ଆରମ୍ଭ ପାଇଁ ଦାବୀ ହୋଇଛି l ସରପଞ୍ଚ ମମିତା ନାୟକ ସମତ ଅଂଚଳ ବାସୀ ତହସିଲଦାଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସେପଟେ ସ୍ଥାନୀୟ ତହସିଲଦାର ସିଗ୍ଧା ଚୌଧୁରୀ କହିଛନ୍ତି, ଏ ସମସ୍ୟା କୁ ନେଇ ଉପଜିଲ୍ଲାପାଳ ଙ୍କ ଦୃଷ୍ଟିଗୋଚର କରିବେ l ଚଳିତ ବର୍ଷ ବୈପାରୀଗୁଡା ମଣ୍ଡିରୁ ସେମାନଙ୍କ ଧାନ ଉଠାଇବା ପାଇଁ ଚେଷ୍ଟା କରିବେ ଏବଂ ଆଗାମୀ ଦିନରେ ତେନ୍ତୁଳିଗୁମ୍ମା ଠାରେ ମଣ୍ଡି ଖୋଲିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande