



ବଲାଙ୍ଗିର, 14 ଜାନୁଆରି (ହି.ସ.)
ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଧା କୃଷ୍ଣ ଙ୍କ ଠାରେ ଏକାଦଶୀ ଉପଲକ୍ଷେ ବିଶେଷ ପୂଜନ ସହିତ ରୂପସୀ ଅର୍ପଣ କରାଯାଇଥିଲା. ସୁଆଁ ଓ ଚାଉଳ ରେ ପ୍ରସ୍ତୁତ ମକର ପ୍ରସାଦ ଶ୍ରଦ୍ଧାଳୁ ମାନେ ପାଇଥିଲେ. ଏକାଦଶୀ ରେ ଯେଉଁ ମାନେ ଅନ୍ନ ଗ୍ରହଣ କରି ନଥାନ୍ତି ସେମାନେ ସୁଆଁ ପ୍ରସାଦ ପାଇଥିଲେ. ମନ୍ଦିର ପୂଜକ ପଣ୍ଡିତ ଗୋକୁଳାନନ୍ଦ ମିଶ୍ର ସମସ୍ତ ବିଧି ପାଳନ ସହିତ ପୂଜା ଓ ଅନ୍ୟନ୍ୟ ଅନୁଷ୍ଠାନ କରିଥିଲେ.
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ