୧୩ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ
ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଂଚାୟତ ବୁଡ଼ା ଗାଁରେ ୧୩ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସେହି ଗାଁର ୫୫ ବର୍ଷୀୟ ବିଘିନା ଜେନା କୁ ପୁଲିସ ଅଟକ କରିଛି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଦିନ ନାବାଳିକା ଜଣକ ସ୍କୁଲରୁ
NABALIKA DUSKARMA ABHIJOG BRUDHA GIRAF


ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଂଚାୟତ ବୁଡ଼ା ଗାଁରେ ୧୩ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସେହି ଗାଁର ୫୫ ବର୍ଷୀୟ ବିଘିନା ଜେନା କୁ ପୁଲିସ ଅଟକ କରିଛି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ଦିନ ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଟଙ୍କା ଦେବା ପ୍ରଲୋଭନ ଦେଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରିଥିଲା। ଘଟଣା ପରେ ସେ ନାବାଳିକାକୁ ଚେତାଶୂନ୍ୟ କରି ପଳାଇ ଯାଇଥିଲା। ଚେତା ଫେରିବା ପରେ ନାବାଳିକା ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲା। ପରେ ପରିବାର ଲୋକେ ଆରଡି ଫାଣ୍ଡିରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ ଅଭିଯୁକ୍ତକୁ ଅଟକ କରି ତଦନ୍ତ ଜାରି ରଖିଛି। ଘଟଣା ପରେ ନାବାଳିକାକୁ ମେଡିକାଲ ପରୀକ୍ଷା ପାଇଁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଛି। ଏ ଦିଗରେ ଆରଡ଼ି ଅଧିନସ୍ତ ଧୁଶୁରି ଥାନା ଅଧିକାରୀ ଘଟଣା ର ତଦନ୍ତ କରୁଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande