
ଜୟପୁର,୧୪ ଜାନୁଆରି (ହି.ସ.) - ବରିଷ୍ଠ ନାଗରିକ କମିଟି କାର୍ଯ୍ୟଳୟ ପରିସରରେ ସମ୍ପାଦକ ସୁରେଶ ହୋତାଙ୍କ ଆହ୍ୱାନକ୍ରମେ ବରିଷ୍ଠ ନାଗରିକ କଲ୍ୟାଣ ସମିତିର ପ୍ରସୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସାଧାରଣତନ୍ତ୍ର ଦିବସ, ବଣଭୋଜୀ, ସହ ସହରର ବିଭିନ୍ନ ବିକାଶ ବିଷୟରେ ଆଲୋଚନା କରାଯାଇଥିଲା। ଦୁଇଜଣ ସଭ୍ୟ ଶିବ କେଶବ ଦାଶ ଓ ମହେଶ୍ୱର ମହାନ୍ତି ନୂତନ ସଭ୍ୟ ଭାବରେ ଶପଥ ନେଇଥିଲେ। ଏହି ବୈଠକରେ ଖଲି ପଟ୍ଟନାୟକ, ରାମକୃଷ୍ଣ ସାବତ, ବାମଦେବ ମହାପାତ୍ରଙ୍କ ଅନେକ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ କବିରାଜ ପରମେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି