କାଲି ରାଷ୍ଟ୍ରମଣ୍ଡଳ ଦେଶର ଲୋକସଭା ଅଧ୍ୟକ୍ଷଙ୍କ ସମ୍ମିଳନୀକୁ ଉଦଘାଟନ କରିବେ ପିଏମ ମୋଦି
ନୂଆଦିଲ୍ଲୀ, 14 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ରାଷ୍ଟ୍ରମଣ୍ଡଳ ଦେଶମାନଙ୍କର ଲୋକସଭା ଅଧ୍ୟକ୍ଷ ଏବଂ ପୀଠାସୀନ ଅଧିକାରୀମାନଙ୍କ ୨୮ତମ ସମ୍ମିଳନୀର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସଂସଦ ଭବନ ପରିସରସ୍ଥିତ ସଂବିଧାନ ସଦନର କେନ୍ଦ୍ରୀୟ କକ
ପିଏମ ମୋଦି


ନୂଆଦିଲ୍ଲୀ, 14 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି କାଲି ରାଷ୍ଟ୍ରମଣ୍ଡଳ ଦେଶମାନଙ୍କର ଲୋକସଭା ଅଧ୍ୟକ୍ଷ ଏବଂ ପୀଠାସୀନ

ଅଧିକାରୀମାନଙ୍କ ୨୮ତମ ସମ୍ମିଳନୀର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସଂସଦ ଭବନ

ପରିସରସ୍ଥିତ ସଂବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ

ମଧ୍ୟ ଉଦ୍‌ବୋଧନ ଦେବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର

ସୂଚନା ଅନୁଯାୟୀ, ସମ୍ମିଳନୀର

ଅଧ୍ୟକ୍ଷତା ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କରିବେ। ଏଥିରେ ୪୨ଟି ରାଷ୍ଟ୍ରମଣ୍ଡଳ ଦେଶ ଏବଂ ୪ଟି

ଅର୍ଦ୍ଧ-ସ୍ୱାୟତ୍ତ ସଂସଦର ସର୍ବମୋଟ ୬୧ଜଣ ସ୍ପୀକର ଏବଂ ପୀଠାସୀନ ଅଧିକାରୀ ଅଂଶଗ୍ରହଣ କରିବେ।

ସମ୍ମିଳନୀରେ ସମକାଳୀନ

ସଂସଦୀୟ ବିଷୟଗୁଡ଼ିକ ଉପରେ ବ୍ୟାପକ ଆଲୋଚନା ହେବ। ଏଥିରେ ଦୃଢ଼ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ

ଗଠନରେ ସ୍ପୀକର ଏବଂ ପୀଠାସୀନ ଅଧିକାରୀମାନଙ୍କ ଭୂମିକା, ସଂସଦୀୟ କାର୍ଯ୍ୟପ୍ରଣାଳୀରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ସାଂସଦମାନଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ, ସଂସଦ ପ୍ରତି ସାଧାରଣ ଜନଜାଗରଣ ବଢ଼ାଇବା ପାଇଁ ନବୀନ ପଦକ୍ଷେପ ଏବଂ

ଭୋଟଦାନର ସୀମାକୁ ଅତିକ୍ରମ କରି ନାଗରିକ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବାର ରଣନୀତିଗୁଡ଼ିକ

ମୁଖ୍ୟ ଭାବେ ସାମିଲ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande