
ବଲାଙ୍ଗିର, 14 ଜାନୁଆରି (ହି.ସ.) ପବିତ୍ର ମକର ସଂକ୍ରାନ୍ତି ବ୍ୟାସକବି ଫକୀର ମୋହନଙ୍କ ଜନ୍ମ ଦିବସ ରେ ଆଜି ସନ୍ଧ୍ୟା ୭ଟା ୧୫ମିନିଟ୍ ସମୟରେ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ରାଧାରାଣୀ ପଡ଼ା ସ୍ଥିତ ମାଁ ମାଉସୀମା ମନ୍ଦିର ପରିସରରେ ଓଡ଼ିଆ ସାହିତ୍ୟର ପିତାମହ ଫକିର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଉତ୍ସବ ବର୍ଣ୍ଣାଢ୍ୟ ସମାବେଶରେ ପାଳିତ ହୋଇଯାଇଛି। ସଭାପତି ମଳୟ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା
ଅବସରରେ ଜିଲ୍ଲାର ବହୁ ଗଣ୍ୟମାନ୍ୟ କବି ଲେଖକ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଉପସ୍ଥିତ ରହି ଫକିର ମୋହନ ସେନାପତିଙ୍କ ସାହିତ୍ୟିକ ଅବଦାନ ଉପରେ ଆଲୋକପାତ କରିଥିଲେ। ବିଶେଷକରି ତାଙ୍କର ବିଭିନ୍ନ ଗଲ୍ପ ଓ ଉପନ୍ୟାସ ଆଜିର ସମାଜ ପାଇଁ କେତେଟା ପ୍ରସଙ୍ଗିକ, ସେଥିରେ ଆଲୋଚନା ହୋଇଥିଲା।
ବକ୍ତାମାନେ ଫକିର ମୋହନଙ୍କ ସାହିତ୍ୟରୁ ଅନୁପ୍ରାଣିତ ହୋଇ ନୂତନ ପିଢ଼ିର ଲେଖକମାନେ ସୃଜନାତ୍ମକ ଲେଖନରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଫକିର ମୋହନ ସେନାପତିଙ୍କ ସ୍ମୃତିକୁ ସ୍ମରଣ କରି ସମସ୍ତେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାର ମତ ପ୍ରକାଶ ପାଇଥିଲା.
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ