ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ଫକୀରମୋହନ ଜୟନ୍ତୀ
ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ଓ ଚୁଡଙ୍ଗପୁର ଶିବମୁନି ମକର ମେଳା ତରଫରୁ ୧୮୪ତମ ଫକୀରମୋହନ ଜୟନ୍ତୀ ଜଗଦଳପୁର ପଂଚାୟତର ଚୁଡଙ୍ଗପୁର ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି। ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର କାର୍ଯ୍ୟକରି ସଭାପତି ଭାଗିରଥି
RANITAL SAHITYA SANSKRUTI PARISHAD


ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ ଓ ଚୁଡଙ୍ଗପୁର ଶିବମୁନି ମକର ମେଳା ତରଫରୁ ୧୮୪ତମ ଫକୀରମୋହନ ଜୟନ୍ତୀ ଜଗଦଳପୁର ପଂଚାୟତର ଚୁଡଙ୍ଗପୁର ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି। ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର କାର୍ଯ୍ୟକରି ସଭାପତି ଭାଗିରଥି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗଦଳପୁରର ପୂର୍ବତନ ସରପଂଚ ବିଜୟକୁମାର ମହାପାତ୍ର ଯୋଗ ଦେଇ ଫକୀରମୋହନଙ୍କର ସମାଜପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ କବି ନାରାୟଣ ଚନ୍ଦ୍ର ପ୍ରଧାନଙ୍କ ଜୟ ମା ସୋନାକ୍ଷୀପୁସ୍ତକର ଲୋକାର୍ପଣ କରାଯାଇଥିଲା। ଫକୀରମୋହନଙ୍କ ଉପରେ ହୋଇଥିବା ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇ ଥିବା ରମ୍ଭିଳା ଉଚ୍ଚ ବିଦ୍ୟାଳୟର ଛାତ୍ର ଗଜେନ୍ଦ୍ର ମହାନ୍ତି, ଦ୍ୱିତୀୟ ରାଣୀତାଲ ଉଚ୍ଚ ବିଦ୍ୟାଳୟର ପାୟଲ ପ୍ରିୟଦର୍ଶନୀ ନାୟକ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ରାଣୀତାଲ ହାଇସ୍କୁଲ ର ଦୀପଶିଖା ମହାରଣା ପୁରସ୍କୃତ କରାଯାଇ ଥିଲା। ଏହି ଅବସରରେ ବୟୋବୃଦ୍ଧ କୈଳାଶ ମହୁରି, ସନାତନ ବେହେରା, ସୁଧା ଖିଲାର,କନକ ନାଥ,ରମାକାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ର ବାରିକ, ସୁଶାନ୍ତ କୁମାର ମିଶ୍ର, କୃଷ୍ଣଚନ୍ଦ୍ର ସେନାପତି, ଅଞ୍ଜନ କୁମାର ଲେଙ୍କା, ଅଟଳ ବାରିକ, ରାମଚନ୍ଦ୍ର କର, ସୁଜାତା ମହାପାତ୍ର, ରମେଶ ବେହେରା ସହଯୋଗ କରିଥିବା ବେଳେ ସମ୍ପାଦକ ତପନ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande