ବନ୍ଧ ରାସ୍ତା ପ୍ରଶସ୍ତିକରଣ ଭେଳିକି, ଜାନୁଆରି ୧୭ ରେ ପୁଣି ମାପଚୁପ, ସନ୍ଦେହରେ ଅଂଚଳବାସୀ
ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଦୋବଲ ଗେଙ୍ଗୁଟି ପୋଲ ଠାରୁ ମୁସ୍ତଫାପୁର ପଂଚାୟତର ରଘୁନାଥପୁର ବନ୍ଧ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଏବେ ପ୍ରଶାସନିକ ଅବହେଳା ଓ ଦୋଦଲମାନ ସ୍ଥିତି ମଧ୍ୟରେ ଗତି କରୁଛି। ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ବାରମ୍ବାର ନୋଟିସ ଜାରି ହେଉଥ
RASTA PRASASTIKARAN VELIKI


ଭଦ୍ରକ, ୧୪ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଦୋବଲ ଗେଙ୍ଗୁଟି ପୋଲ ଠାରୁ ମୁସ୍ତଫାପୁର ପଂଚାୟତର ରଘୁନାଥପୁର ବନ୍ଧ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଏବେ ପ୍ରଶାସନିକ ଅବହେଳା ଓ ଦୋଦଲମାନ ସ୍ଥିତି ମଧ୍ୟରେ ଗତି କରୁଛି। ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ବାରମ୍ବାର ନୋଟିସ ଜାରି ହେଉଥିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ କୌଣସି ଅଗ୍ରଗତି ନହେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।ସୂଚନା ଥାଉକି ଆସନ୍ତା ଜାନୁଆରି ୧୭ ତାରିଖ ସକାଳ ୧୦ ଟା ରେ ସୀମା ନିର୍ଦ୍ଧାରଣ ପାଇଁ ମାପଚୁପ କରାଯିବ ବୋଲି ଧାମନଗର ତହସିଲଦାର ନୋଟିସ ଜାରି କରିଛନ୍ତି। ବନ୍ଧକୁ ଲାଗି ରହିଥିବା ଜମି ମାଲିକ ମାନଙ୍କୁ ନୋଟିସ ଦିଆଯାଇଛି। ମାପଚୁପ ସାରି ଜବରଦଖଲ ହଟା ଯିବ ଓ ପରେ ନିର୍ମାଣ କାମ ଆରମ୍ଭ ହେବ ବୋଲି ତହସିଲଦାର ଲୋକନାଥ ସେଠୀ କହିଛନ୍ତି। ଏହି ମାପଚୁପ ପ୍ରକ୍ରିୟାକୁ ନେଇ ଲୋକଙ୍କ ମନରେ ସନ୍ଦେହ ରହିଛି। ଗତ ଡିସେମ୍ବର ୯ ତାରିଖରେ (କେସ ନମ୍ବର ୯୨/୨୦୨୫) ମଧ୍ୟ ସମାନ ଭାବେ ମାପ ପାଇଁ ନୋଟିସ ହୋଇଥିଲା। ଲୋକମାନେ ନିଜର ଚାଷ ଓ ଦୈନନ୍ଦିନ ମୂଲ ମଜୁରୀ କାମ ଛାଡ଼ି ଉପସ୍ଥିତ ରହିଥିଲେ, କିନ୍ତୁ ଶେଷ ମୁହୂର୍ତରେ ତହସିଲ ପକ୍ଷରୁ ମାପଚୁପ କାହା ଚାପ ରେ କୁ ଚାପିଦିଆଯାଇଥିଲା। ଏହି ଘଟଣାର ପୁନରାବୃତି ହେବ ନାହିଁ ତ, ସେ ନେଇ ପ୍ରଶ୍ନ ଉଠିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନଦୀବନ୍ଧ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ହେଲେ ମାସେ ବିତିଯାଇଥିଲେ ବି କେବଳ ମାପଚୁପ ଯୋଜନାରେ ହିଁ କାମ ଅଟକି ରହିଛି। ଏହି ରାସ୍ତା ନିର୍ମାଣ ହେଲେ ରଘୁନାଥପୁର, ଦୋବଲ, କୋରକଦା, ନନ୍ଦିପୁର, ସୋଧ ଓ ଖଡ଼ିପଦା ଅଂଚଳର ଲୋକେ ଦୋବଲ ବଜାରର ଭିଡ଼କୁ ଏଡ଼ାଇ ସହଜରେ ଯିବାଆସିବା କରିପାରିବେ। ଏଣୁ ସମସ୍ତେ ଭାବିଥିଲେ ରାସ୍ତା ମାପଚୁପ ହୋଇ ଜବରଦଖଲ ହଟାଯିବ। ନିକଟରେ ଦୋବଲ୍ ବଜାର ମାପ ଚୁପ ବେଳେ ପ୍ରଶାସନକୁ ପ୍ରଲୋଭନ ଦେଖାଇ ମାପ ଚୁପ୍ ରେ ପାତର ଅନ୍ତର କରି ମାପ କୁ ଚାପି ଦେଇଥିଲେ। ସେହିପରି ବନ୍ଧ ରାସ୍ତା କ୍ଷେତ୍ରରେ ଯେମିତି ସେଭଳି ପାତରଅନ୍ତର ନହୁଏ, ତାହା ସୁନିଶ୍ଚିତ କରାଯାଉ। ଏହି ବନ୍ଧ ରାସ୍ତା ନିର୍ମାଣ କେବେ ସମ୍ପୂର୍ଣ୍ଣ ହେଉଛି, ତାହା ଆସନ୍ତା ୧୭ ତାରିଖର ପଦକ୍ଷେପ ଉପରେ ନିର୍ଭର କରୁଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ନିରପେକ୍ଷ ମାପ ଚୁପ୍ କରିବା ପାଇଁ ଦାବି ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande