
ଜୟପୁର,୧୪ ଜାନୁଆରି (ହି.ସ.) - ଫେରାର ଥିବା ଦୁଇ ଅଭିଯୁକ୍ତକୁ ଆଜି ଜୟପୁର ସଦର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପଲକାପୁଟ୍ ଗ୍ରାମର ଜଗନ୍ନାଥ ହରିଜନ(୪୦) ଓ ନୂଆଗୁଡା ଗ୍ରାମର ତୁଳା ହରିଜନ (୪୦) । ପୋଲିସ ସୂଚନା ଅନୁଯାଇ ଜଗନ୍ନାଥ ହରିଜନ ଗତ ୨୦୨୪ ମସିହାରେ ଚୋରା ମଦ କାରବାରରେ ଗୋଟିଏ ଅପରାଧିକ ମାମଲାରେ ସଂପୃକ୍ତ ଥିବା ବେଳେ ତୁଳା ହରିଜନ ୨୦୨୨ ମସିହ ଚୋରା ମଦ କାରବାରରେ ସପ୍ସପୃକ୍ତ ଥିଲେ। ଉଭୟେ ନାମରେ ଅପରାଧିକ ମାମଲା ରହିଥିଲା । ସେହିଦିନଠାରୁ ଦୁଇ ଅଭିଯୁକ୍ତ ଫେରାର ରହିଥିଲେ। ତେବେ ଆଜି ପୋଲିସ ଦୁଇ ଅଭିଯୁକ୍ତ କୁ ଗିରଫ କାରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି