ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ
ମୁଖୀଗୁଡା ୧୪ଜାନୁଆରୀ(ହି.ସ) - ସରକାର ବଦଳିଛି ନିୟମବି ବଦଳୁଛି ହେଲେ ଶୌଚାଳୟ ନିର୍ମାଣ କାର୍ଯ୍ୟ କେଉଁ ଅନୁସାରେ ତିଆରି ହେଉଛି ବୁଝା ପଡୁନାହିଁ । ପ୍ରାୟତଃ ଘର ତିଆରି ପିଲର ଦେଇ କରାଗଲେ ପ୍ରଥମେ ପ୍ଲିନ୍ତ କରାଯାଇ ପରେ ଇଟା ଯୋଡ଼ା ଯାଇଥାଏ । ହେଲେ ଏଠାରେ ଓଲଟା କରାଯାଉଛି ।ପ୍ରଥମେ ଇଟାରେ ଯୋଡ଼େଇ କରା
Souhalaya


Souchalaya


Suuchalaya


ମୁଖୀଗୁଡା ୧୪ଜାନୁଆରୀ(ହି.ସ) - ସରକାର ବଦଳିଛି ନିୟମବି ବଦଳୁଛି ହେଲେ ଶୌଚାଳୟ ନିର୍ମାଣ କାର୍ଯ୍ୟ କେଉଁ ଅନୁସାରେ ତିଆରି ହେଉଛି ବୁଝା ପଡୁନାହିଁ । ପ୍ରାୟତଃ ଘର ତିଆରି ପିଲର ଦେଇ କରାଗଲେ ପ୍ରଥମେ ପ୍ଲିନ୍ତ କରାଯାଇ ପରେ ଇଟା ଯୋଡ଼ା ଯାଇଥାଏ । ହେଲେ ଏଠାରେ ଓଲଟା କରାଯାଉଛି ।ପ୍ରଥମେ ଇଟାରେ ଯୋଡ଼େଇ କରାଯାଇ ପରେ ପିଲର ତିଆରି କରାଯାଉଛି ।ଜୟପାଟଣା ବ୍ଲକ ଅନ୍ତର୍ଗତ ଧୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ଏକ ଶୌଚାଳୟ ନିର୍ମାଣ କରାଯାଉଛି ହେଲେ ଏଥିରେ ପିଲର ଦିଆନଯାଇ କାମ କରାଯାଉ ଥିବାରୁ ଗ୍ରାମବାସୀ ଠିକାଦାରଙ୍କୁ କାହିଁକି ବିନା ପିଲରରେ ଶୌଚାଳୟ ନିର୍ମାଣ କରାଯାଉଥିବା ପ୍ରଶ୍ନ କରିଥିଲେ ଏଷ୍ଟିମେଟ ରେ ପିଲର ବ୍ୟବସ୍ତା ନଥିବା ଠିକାଦାର କହିଥିଲେ । ଗ୍ରାମବାସୀ ଠିକାଦାରଙ୍କ କଥାରେ ବିଶ୍ୱାସ କରିନଥିଲେ ପରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏବେ ଚାରି କୋଣ ଭଙ୍ଗା ଯାଇ ପିଲର ତିଆରି କରାଯାଉଛି । ହେଲେ ଯଦି ପ୍ରଥମେ ପ୍ଲିନ୍ତ ଏବଂ ପିଲର ଥାଇ ଶୌଚାଳୟ ତିଆରି ହେବା କଥା ତେବେ କେଉଁ ନୀୟମରେ ଏହି ଶୌଚାଳୟ ତିଆରି କରାଯାଉଛି ବୁଝା ପଡୁନାହିଁ ।ବିଭାଗୀୟ ଏଷ୍ଟିମେଟ ଅନୁଯାୟୀ ଶୌଚାଳୟ ନିର୍ମାଣ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande