ମା ଥାନପତି କ୍ରିକେଟ୍ ଫାଇନାଲ ମ୍ୟାଚ ଉଦଯାପିତ ।
ଘଟଗାଁ ୧୪ ଜାନୁଆରୀ( ହି ସ) ସ୍ଥାନୀୟ ଧକୋଠା ପଞ୍ଚାୟତ ର ନାହାଗୁଣା କ୍ରିକେଟ୍ ପଡିଆ ରେ ପାଞ୍ଚ ଦିନ ଧରି ଚାଲୁଥିବା କ୍ରିକେଟ୍ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ଆଜି ଉଦଯାପିତ ହୋଇଯାଇଅଛି । ଏହି ଫାଇନାଲ ମ୍ୟାଚ ଧକୋଠା ଏକାଦଶ ଏବଂ ଗଡଏକତାଳି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୦ ଓଭର ବିଶିଷ୍ଟ
ମା ଥାନପତି କ୍ରିକେଟ୍ ଫାଇନାଲ ମ୍ୟାଚ ଉଦଯାପିତ ।


ଘଟଗାଁ ୧୪ ଜାନୁଆରୀ( ହି ସ)

ସ୍ଥାନୀୟ ଧକୋଠା ପଞ୍ଚାୟତ ର ନାହାଗୁଣା କ୍ରିକେଟ୍ ପଡିଆ ରେ ପାଞ୍ଚ ଦିନ ଧରି ଚାଲୁଥିବା କ୍ରିକେଟ୍ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ଆଜି ଉଦଯାପିତ ହୋଇଯାଇଅଛି । ଏହି ଫାଇନାଲ ମ୍ୟାଚ ଧକୋଠା ଏକାଦଶ ଏବଂ ଗଡଏକତାଳି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୦ ଓଭର ବିଶିଷ୍ଟ ଏହି ପ୍ରତିଯୋଗିତା ରେ ପ୍ରଥମ ପର୍ଯ୍ୟାୟ ରେ ପ୍ରଥମେ ବ୍ୟାଟିଂ କରି ବଡ଼ଏକତାଳି ୫ ୱିକେଟ ହରାଇ ୮୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଜବାବ ରେ ଦ୍ୱିତୀୟ ଇନିଂସ୍ ରେ ଧକୋଠା ଏକାଦଶ ୮୨ରନ୍ କରି ୬ ୱିକେଟ୍ ହରାଇ ଚାମ୍ପିଅନ ହୋଇଥିଲେ । ଏହି ଫାଇନାଲ ମ୍ୟାଚ୍ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପୃଥ୍ୱୀରାଜ କୁଅଁର ଯୋଗଦେଇଥିଲେ । ତାଙ୍କ ଭାଷଣରେ ସାରା ଆନନ୍ଦପୁର ଅଞ୍ଚଳରେ ଯେ ଭଳି ଭାବେ କ୍ରିକେଟ୍ ଖେଳ ର ଚାହିଦା ଯୁବକ ମାନଙ୍କ ମଧ୍ୟରେ ବଢ଼ି ଚାଲିଛି ତାହାକୁ ସବୁ ସ୍ତରରେ ସାହାଯ୍ୟ ଏବଂ ସମର୍ଥନ ମିଳିବା ଉଚିତ, ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସରକାର ଯୁବକ ମାନଙ୍କ ର ଖେଳର ବିକାଶ ପାଇଁ ନାନାଦି ଯୋଜନା ର ପ୍ରତିଷ୍ଠା କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏଥି ସହିତ ପ୍ରତ୍ୟେକ ପଞ୍ଚାୟତ ରେ ୧୦ କୋଟି ବ୍ୟୟ ର ଷ୍ଟାଡିୟମ୍ ନିର୍ମାଣ ପାଇଁ ମୋହନ ମାଝୀ ସରକାର ବ୍ୟୟ ବରାଦ କରିଛନ୍ତି । ୨୦୩୬ ରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରୁଥିବା ବେଳେ ଏହାକୁ ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ରେ ପରିଣତ କରିବା ପାଇଁ ଶ୍ରୀ କୁଅଁର ନିଜ ବକ୍ତବ୍ୟ ରେ କହିଥିଲେ । ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ବିଚିତ୍ର କୁମାର ଚକ୍ର ,ସମ୍ମାନିତ ଅତିଥି ଭାବେ ବୈତରଣୀ ମଣ୍ଡଳ ସଭାପତି ମନମୋହନ ପାତ୍ର, ପୂର୍ବତନ ସରପଂଚ ବିଜୟ କୁମାର ପାତ୍ର, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମହାନ୍ତ, ପଞ୍ଚାୟତ ପ୍ରମୁଖ ସୁଦର୍ଶନ ମହାନ୍ତ, ବରିଷ୍ଠ ନେତା କୈଳାଶ ମହାନ୍ତ, କୃଷକ ମୋର୍ଚ୍ଚା ସଭାପତି ନିରଞ୍ଜନ ଖିଲାର, ଧକୋଠା ବୁଥ ସଭାପତି ରବୀନ୍ଦ୍ର ନାହାକ ଏହି ଫାଇନାଲ ମ୍ୟାଚ ରେ ଯୋଗ ଦେଇଥିଲେ। ମା ଥାନପତି କ୍ରିକେଟ୍ କ୍ଲବ୍ ର ସଦସ୍ୟ ରଞ୍ଜନ କୁମାର ମହାନ୍ତ, ଦୀପକ କୁମାର ମହାନ୍ତ, ହିଂମାଶୁ କୁମାର ମହାନ୍ତ, କାହ୍ନୁ ଚରଣ ମହାନ୍ତ, ପ୍ରିୟବ୍ରତ ମହାନ୍ତ, ଦେବବ୍ରତ ମହାନ୍ତ, ପ୍ରଶାନ୍ତ କୁମାର ମହାନ୍ତ, ଅକ୍ଷୟ କୁମାର ମହାନ୍ତ, କାଳନ୍ଦୀ ଚରଣ ମହାନ୍ତ, ଭଜହରି ମହାନ୍ତ, ଚିନ୍ତାମଣି ମହାନ୍ତ, ମିତ୍ରଭାନୁ ମହାନ୍ତ ଆଦି କ୍ରିକେଟ୍ ମ୍ୟାଚ୍ ରେ ସହଯୋଗ ଏବଂ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande