
କନ୍ଧମାଳ , ୧୪ ଜାନୁଆରି (ହି.ସ.) - ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀ ସର୍କିଟ୍ସି ହାଉସ୍ ଠାରେ ପହଞ୍ଚି ଥିଲେ। ଆଜି ସକାଳୁ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ l
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀ ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ବେଦ ଭୂଷଣ ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ l ବୁଧବାର ସକାଳୁ ଦାରିଙ୍ଗବାଡ଼ି ଗସ୍ତ କରି ସେଠାରେ ଲୋକଙ୍କୁ ଭେଟି ଅଞ୍ଚଳର ଭଲମନ୍ଦ ପଚାରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ତଥା ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l
ଦାରିଙ୍ଗବାଡ଼ି ବ୍ଲକ୍ ପ୍ରଶାସନ ପକ୍ଷରୁ ମୁଖ୍ୟ ଶାସନ ସଚିବ ଙ୍କୁ ସ୍ଵାଗତ କରାଯାଇଥିଲା l ପରେ ଜିଲ୍ଲରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ l ଏ ସରକାର ଲୋକଙ୍କ ସରକାର, ଏଣୁ ସର୍ବଦା ଲୋକଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପ୍ରଶାସନିକ ଅଧିକାରୀ ମାନ ଙ୍କୁ ପରାମର୍ଶ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ