
ଭୁବନେଶ୍ୱର, 14 ଜାନୁଆରୀ (ହି.ସ.) ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ।ବିଶିଷ୍ଟ ଗବେଷକ ଓ ପ୍ରାବନ୍ଧିକ ଡ଼କ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧ ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ