
କେନ୍ଦ୍ରାପଡା , 14 ଜାନୁଆରି (ହି.ସ.) : କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଭାକର ପଲାଇ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ରମନ୍ତ୍ରୀ ମାନ୍ୟବର ଭୁପିନ୍ଦ୍ରସିଂହ ଯାଦବ ଙ୍କୁ ଭେଟିି ଜିଲ୍ଲା ଯାଦବ ମହାସଭା ର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଏହାକୁ ସମାଧାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ଯାଦବ ମହାସଭା ର ସମସ୍ୟା ଓ ଯାଦବ ଭବନ ନିର୍ମାଣ ପାଇଁ ଅନୁଦାନ ରାଶି ସଂପର୍କରେ ଅଲୋକପାତ କରିଥିଲେ । ଏହି ଆଲୋଚନା ସମୟରେ ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଦସ୍ୟ ଅମୂଲ୍ୟ କୁମାର ଦାସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି