
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର । 2025 ରେ 5.15 ମିଲିୟନ
ଯାତ୍ରୀ କରିଛନ୍ତି ଯାତାୟାତ । କୌଣସି ବର୍ଷ
ଭୁବନେଶ୍ୱର ବିମାନ ବନ୍ଦରରେ ଏତେ ଯାତ୍ରୀ ଯାତାୟାତ କରିନଥିଲେ । ଏହାସହ ଯାତ୍ରୀଙ୍କ ଯାତାୟାତରେ
ଦେଶରେ 13 ନମ୍ବର ସ୍ଥାନକୁ ଆସିଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ
ବନ୍ଦର । ଦିଲ୍ଲୀ ବିମାନ ବନ୍ଦର 70 ମିଲିୟନ ଯାତ୍ରୀଙ୍କ ଯାତାୟାତ ସହ ଏବେ ଦେଶରେ ରହିଛି 1
ନମ୍ବର । ଏବେ ଭୁବନେଶ୍ୱର ବିମାନ ବନ୍ଦରରୁ ମୋଟ 28 ଟି ସ୍ଥାନକୁ
ଫ୍ଲାଇଟ ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା