ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ
ଧର୍ମଶାଳା,୧୪ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ ବିବେକାନନ୍ଦ ଶିକ୍ଷକେନ୍ଦ୍ରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ଶିକ୍ଷକେନ୍ଦ୍ରର ପ୍ରଧାନ ଶିକ୍ଷକ ନବଘନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯାଜପୁର
ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ


ଧର୍ମଶାଳା,୧୪ଜାନୁଆରୀ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ ବିବେକାନନ୍ଦ ଶିକ୍ଷକେନ୍ଦ୍ରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ଶିକ୍ଷକେନ୍ଦ୍ରର ପ୍ରଧାନ ଶିକ୍ଷକ ନବଘନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଡେପୁଟି ଜେନେରାଲ ମ୍ୟାନେଜର ପୁଷ୍ପରାଜ ପ୍ରଧାନ ଯୋଗଦେଇ ନୀତିଶିକ୍ଷା ଓ ପାଠ୍ୟକ୍ରମ ଉପରେ ମତବ୍ୟକ୍ତ କରିଥିଲେ । ସମାଜସେବୀ ସୀତାଂଶୁ ଶେଖର ସାହୁ ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସ୍କୁଲର ସମ୍ପାଦକ ବୈକୁଣ୍ଠନାଥ ସାହୁ ବିବରଣୀ ପ୍ରଦାନ କରିଥିବା ବେଳେ ସ୍କୁଲ ସଭାପତି କିଶୋର ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ଅକ୍ଷୟ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧକ୍ଷ ଅନିରୁଦ୍ଧ ରାଉତ, ଶିକ୍ଷୟିତ୍ରୀ ଜୟଶ୍ରୀ ଜେନା, ବିଜୟଲଷ୍ମୀ ମିଶ୍ର,କଲ୍ୟାଣୀ ମଲ୍ଲ,ଦୀପ୍ତି ମଞ୍ଜରୀ ସାମଲ,କବିତା ସାମଲ,କୁମୁଦୁନି ବିଶ୍ୱାଳ,ଶୁଚିସ୍ମିତା ପଣ୍ଡା,ଲୋପାମୁଦ୍ରା ମହାନ୍ତି,ରେଣୁବାଳା ଭଦ୍ର,ପ୍ରଭାତୀ ବାରିକ,ସ୍ନେହଲତା ସାହୁ, ନିର୍ମଳା ଶତପଥୀ, ଶିକ୍ଷକ ସୁନୀଲ କୁମାର ପଣ୍ଡା,ସୁକାନ୍ତ କୁମାର ଦୋରା,ସୁକାନ୍ତ ମହାରଣା,ତପନ କୁମାର ଭଦ୍ର,ଜଗତ କୁମାର ନାୟକ, ଦୀପ୍ତି ରଞ୍ଜନ ରାୟ,ସଞ୍ଜୟ କୁମାର ସାହୁ,ନିରୋଦ ପ୍ରଧାନ,ପ୍ରଭାସ ମହାନ୍ତି,ସନାତନ ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଶ୍ରୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande