ବୁଦ୍ଧ ଧର୍ମର ସେଂଟର ହେଉଛି ଓଡିଶା : ପବିତ୍ର ଯାଜପୁର ଜିଲାରେ ବୁଦ୍ଧ ବାର୍ତା ଜଗତ ପାଇଁ ଲାଭ ଦାୟକ ହେବ : ପ୍ରଭାତୀ ପରିଡା-ଉପମୁଖ୍ୟ ମନ୍ତ୍ରୀ
ଧର୍ମଶାଳା,୧୪ ଜାନୁଆରୀ(ହି.ସ.) - ଯାଜପୁର ଜିଲାର ଉଦୟଗିରିଠାରେ ଦ୍ୱିତୀୟ ଗୁରୁ ପଦ୍ମ ସମ୍ଭବ ସମାରୋହ ଆଜି ୪ର୍ଥ ଦିବସରେ ପଂହଚିଛି । ଆଜି ସକାଳେ ଓ ସନ୍ଧ୍ୟାରେ ଧର୍ମ ପାଠ ସହ ବୁଦ୍ଧଙ୍କ ନୀତିବାଣୀ ଉପରେ ଆଲୋଚନା ହୋଇଥିଲା । ପୂର୍ବାହ୍ନରେ ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେ
ବୁଦ୍ଧ ଧର୍ମର ସେଂଟର ହେଉଛି ଓଡିଶା : ପବିତ୍ର ଯାଜପୁର ଜିଲାରେ ବୁଦ୍ଧ ବାର୍ତା ଜଗତ ପାଇଁ ଲାଭ ଦାୟକ ହେବ : ପ୍ରଭାତୀ ପରିଡା-ଉପମୁଖ୍ୟ ମନ୍ତ୍ରୀ


ଧର୍ମଶାଳା,୧୪ ଜାନୁଆରୀ(ହି.ସ.) - ଯାଜପୁର ଜିଲାର ଉଦୟଗିରିଠାରେ ଦ୍ୱିତୀୟ ଗୁରୁ ପଦ୍ମ ସମ୍ଭବ ସମାରୋହ ଆଜି ୪ର୍ଥ ଦିବସରେ ପଂହଚିଛି । ଆଜି ସକାଳେ ଓ ସନ୍ଧ୍ୟାରେ ଧର୍ମ ପାଠ ସହ ବୁଦ୍ଧଙ୍କ ନୀତିବାଣୀ ଉପରେ ଆଲୋଚନା ହୋଇଥିଲା । ପୂର୍ବାହ୍ନରେ ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ବୁଦ୍ଧ ଧର୍ମ ସେଂଟର ହେଉଛି ଓଡିଶା । ପବିତ୍ର ଯାଜପୁର ଜିଲାରେ ବୁଦ୍ଧ ବାର୍ତା ଜଗତ ପାଇଁ ଲାଭ ଦାୟକ ହେବ । ସମ୍ପ୍ରତି ସମାଜରେ ଯୁଦ୍ଧ ନୁହେଁ ବୁଦ୍ଧ ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିଭାବେ ଉଚ୍ଚ ଶିକ୍ଷା ଓ କ୍ରୀଡା ଓ ଯୁବ ବ୍ୟାପର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଆଜିର ଦିନରେ ପ୍ରମାଣିତ କରୁଛି ଗୁରୁ ପଦ୍ମ ସମ୍ଭବ ଓଡିଶା ମାଟିରେ ଜନ୍ମିତ,ଏହି ହୀରକ ଚତୃଭୂଜ ସ୍ଥାନରେ ତାଙ୍କର ମହାନିର୍ମାଣ ପ୍ରାପ୍ତି ହୋଇଥିଲା । ଏହି ସମ୍ମିଳନୀ ଆଗାମୀ ଦିନରେ ପର୍ଯ୍ୟଟକମାନଙ୍କ ଆଗମନ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଡଚଣା ବିଧାୟକ ଅମର ନାୟକ,ଯାଜପୁର ଜିଲାପାଳ ଅମ୍ବର କୁମାର କର,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ସମ୍ପାଦକ ଡ. ବିଜୟ କେତନ ଉପାଧ୍ୟାୟ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦିପନାକର ମହାପାତ୍ର,ଲଇଟ୍ ଅଫ ବୁଦ୍ଧ ଧର୍ମ ଫାଉଁଣ୍ଡେସନ ମୁଖ୍ୟ ୱାଙ୍ଗମୋ ଦିକ୍ସେ ଓ ବୁଦ୍ଧ ଧର୍ମ ମୁଖ୍ୟ ଏଚ୍ ଇ ଜିମି ରିନପୋଚ ପ୍ରମୁଖ ଉପସ୍ଥିତ ଥିଲେ । ଉଦୟଗିରି ପାହାଡ ପାଦଦେଶରେ ସୁସଜ୍ଜିତ ମଣ୍ଡପରେ ଆଜି ବୌଦ୍ଧଭିକ୍ଷୁମାନେ ଧ୍ୟାନ କରିବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ରହୁ ବୋଲି ପ୍ରାର୍ଥନା କରିଥିଲେ । ଆଜି ସମସ୍ତ ଅଂଚଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande