ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । କଲେଜ ପରିଦର୍ଶନ ସମୟରେ ଆସୁଥିବା ବିଧାୟକ, ସାଂସଦଙ୍କୁ ସମ୍ମାନ, ସୌଜନ୍ୟମୂଳକ ସ୍ବାଗତ ସହ ସେମାନେ ଦେଉଥିବା ପରାମର୍ଶକୁ ଲିଖିତ ଭାବେ
ନିର୍ବାଚିତ     ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ


ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ନିର୍ବାଚିତ

ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । କଲେଜ ପରିଦର୍ଶନ

ସମୟରେ ଆସୁଥିବା ବିଧାୟକ, ସାଂସଦଙ୍କୁ ସମ୍ମାନ, ସୌଜନ୍ୟମୂଳକ

ସ୍ବାଗତ ସହ ସେମାନେ ଦେଉଥିବା ପରାମର୍ଶକୁ ଲିଖିତ ଭାବେ ରଖ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

ସେମାନେ ମାଗିଥିବା

ପ୍ରଶ୍ନର ଉତ୍ତରକୁ ୧୫ ଦିନ ମଧ୍ୟରେ ଦିଅ। ଏପରିକି କୌଣସି ସଭାରେ ମନ୍ତ୍ରୀ, ବିଧାୟକ ଉପସ୍ଥିତ ଥିଲେ ସେଠାରେ କୌଣସି ସରକାରୀ

କର୍ମଚାରୀ ସଭାପତିତ୍ୱ ମଧ୍ୟ କରିବେ ନାହିଁ। କଲେଜର ଅଧ୍ୟାପକ, କର୍ମଚାରୀଙ୍କୁ

ଏନେଇ ସଚେତନତା କାର୍ଯ୍ୟକ୍ରମ କରାଅ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା

ନିର୍ଦ୍ଦେଶକ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । କଲେଜ ପରିଦର୍ଶନ ସମୟରେ ବିଧାୟକ,

ସାଂସଦଙ୍କୁ ଠିକ୍ ଭାବେ ସମ୍ମାନ ମିଳୁନଥିବାର ଦେଖିବାକୁ ମିଳୁଛି ଏହାକୁ

ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏପରି ଏକ ଚିଠି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande