ମାଟିଆପଡା ରେଲୱେ ଓଭରବ୍ରିଜ ଅନୁଧ୍ୟାନ କଲେ ସାଂସଦ
ପୁରୀ, ୧୪ ଜାନୁଆରି (ହି.ସ.) - ପୁରୀ କୋଣାର୍କ ରାସ୍ତାର ମାଟିଆପଡା ରେଲୱେ ଓଭରବ୍ରିଜ ର କାର୍ଯ୍ୟକୁ ବୁଧବାର ଦିନ ଅନୁଧ୍ୟାନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡ ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବ୍ରିଜର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଏହି ବ୍ରିଜକୁ ଉଚ୍ଚ ଗୁଣମ
ମାଟିଆପଡା ରେଲୱେ ଓଭରବ୍ରିଜ ଅନୁଧ୍ୟାନ କଲେ ସାଂସଦ


ମାଟିଆପଡା ରେଲୱେ ଓଭରବ୍ରିଜ ଅନୁଧ୍ୟାନ କଲେ ସାଂସଦ


ପୁରୀ, ୧୪ ଜାନୁଆରି (ହି.ସ.) - ପୁରୀ କୋଣାର୍କ ରାସ୍ତାର ମାଟିଆପଡା ରେଲୱେ ଓଭରବ୍ରିଜ ର କାର୍ଯ୍ୟକୁ ବୁଧବାର ଦିନ ଅନୁଧ୍ୟାନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡ ସମ୍ବିତ ପାତ୍ର ଓ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବ୍ରିଜର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଏହି ବ୍ରିଜକୁ ଉଚ୍ଚ ଗୁଣମାନ, ସୁରକ୍ଷା ମାନଦଣ୍ଡ ଓ ଠିକ ସମୟରେ ସଂମ୍ପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବ୍ରିଜ ନିର୍ମାଣ ହେଲେ ପୁରୀ କୋଣାର୍କ ଯାତାୟାତରେ ସୁବିଧା ହେବ । ଟ୍ରାଫିକ ଜାମରୁ ରକ୍ଷା ମିଳିବ । ବିଭିନ୍ନ ବିଭାଗର ଅଧିକାରୀମାନେ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ଏବେ କିଛି ଦିନ ଧରି ରାସ୍ତା ଖୋଳା ଯାଇଥିବାରୁ ଅଂଚଳବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟରେ ବିକଳ୍ପ ରାସ୍ତା ନଥିବାରୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande