
ଭୁବନେଶ୍ୱର, 14 ଜାନୁଆରି (ହି.ସ.)- ଦଣ୍ଡ ବିଧାନ
ନହେବା କାରଣରୁ ସରକାରୀ ସ୍ତରରେ ଓଡ଼ିଶା ଭାଷାର ବ୍ୟବହାର ହେଉନାହିଁ । ସରକାରୀ ସ୍ତରରେ ଓଡ଼ିଶା
ଭାଷାର ବ୍ୟବହାର ପାଇଁ ସରକାର ପୁର୍ବରୁ ଅନେକ ଥର ଏମିତି ନିୟମ ଆଣିଛନ୍ତି। ତାହାର
କାର୍ଯ୍ୟକାରିତା ଉପରେ ବଡ ପ୍ରଶ୍ନବାଚୀ ରହିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ।
ନିର୍ଦେଶ ପାଳନ ହେଉନି କି କେହି ଦଣ୍ଡିତ ହେଲେ ନାହିଁ। ସରକାରୀ ସ୍ତରରେ ଓଡ଼ିଶା ଭାଷାର
ବ୍ୟବହାର ପାଇଁ ନୂଆ ସରକାର ମଧ୍ୟ ଘୋଷଣା କରିଥଲେ, ନିର୍ଦେଶ ଦେଇଥିଲେ।
ହେଲେ ଏପର୍ଯ୍ୟନ୍ତ ଇଂରାଜୀ ଅଫିସର ମାନଙ୍କର ଇଂରାଜୀ ପ୍ରତି ଯାଉନାହିଁ। ମାତୃ ଭାଷାକୁ ନେଇ
ଓଡ଼ିଶାର ଓଡ଼ିଆ ଏବଂ ସରକାର ସଜାଗ ହେବାର ଆବଶ୍ୟକତା ରହିଛି। ବିଶ୍ୱାସ ଏବଂ ଆଶା ଅଛି, ନିୟମ ପାଳନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା