
ପୁରୀ, 14 ଜାନୁଆରି (ହି.ସ.) - ଛାତ୍ର ମାନଙ୍କ ଶିକ୍ଷା, ବିକାଶ ସେବା ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଉର୍ନ୍ନତିର ପଥ ପ୍ରଦର୍ଶନ କରିଥାଏ । ପୁରୀଜିଲ୍ଲା ବ୍ରହ୍ମଗିରିର ପ୍ରାଚୀନ ଶିକ୍ଷାନୁଷ୍ଠାନ ପିଏଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ଯକ୍ତ କରିଥିଲେ । ୨୦୨୫ ମସିହାରେ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ।ଅତିଥି ଭାବେ ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ବ୍ରହ୍ମଗିରି ବିଇଓ ଆଲୋକ କୁମାର ବନ୍ଧ , ବ୍ରହ୍ମଗିରିର ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ ,ଶିଶୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ , ବନ ରେଞ୍ଜ ଅଧିକାରୀ ଚନ୍ଦ୍ର ଶେଖର ସାହୁ , ସମାଜସେବୀ ଓ ଆଇନଜୀବୀ ରମାଶଙ୍କର ପାତ୍ର , ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା , ଡବ୍ଲୁଇଓ ଅଜିତ କୁମାର ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ୍ତ କୁମାର ନାୟକ ଯୋଗଦେଇ ପିଲାମାନଙ୍କର ସାମଗ୍ରିକ ବିକାଶ ଏବଂ ମୂଲ୍ୟବୋଧ ସମ୍ବଳିତ ଶିକ୍ଷା ପାଇଁ ବକ୍ତବ୍ୟ ରଖିଥିଲେ। ସ୍ୱାଗତ ସଂଗୀତ ପରେ ନିମନ୍ତ୍ରିତ ଅତିଥିମାନେ ଉଦଘାଟନୀ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ଦଳାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାଗତ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଚାଳନା କମିଟିର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ